• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ନାହିଁ ବାଘ ସଂଖ୍ୟା। ୨୦୧୪ରୁ ଏବେ ଯାଏ ବାଘ ବଢ଼ି ନାହାନ୍ତି। ୨୦୧୮ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ରିପୋର୍ଟ ଅନୁସାରେ ଦେଶରେ ରହିଛନ୍ତି ୨ ହଜାର ୯୬୭ଟି ବାଘ।

୨୦୧୪ରେ ୨ ହଜାର ୨୨୬ଟି ବାଘ ଥିଲା। ୪ ବର୍ଷରେ ୭୪୧ଟି ବାଘ ବଢ଼ିଥିଲେ। ହେଲେ ଓଡ଼ିଶାରେ ୨୦୧୪ରେ ୨୮ଟି ବାଘ ଥିଲେ ଯାହା ୨୦୧୮ରେ ସମାନ ରହିଛନ୍ତି।

ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳରେ ବାଘ ସଂଖ୍ୟା ବଢ଼ିଛି। ମଧ୍ୟପ୍ରଦେଶରେ ୨୦୧୪ରେ ୩୦୮ଟି ବାଘ ଥିଲେ ଯାହା ୨୦୧୮ ବର୍ଷ ବେଳକୁ ୫୨୬ରେ ପହଞ୍ଚିଛି। ସେହିପରି କର୍ଣ୍ଣାଟକରେ ୨୦୧୪ରେ ବାଘ ଥିଲେ ୪୦୬ ଯାହା ୨୦୧୮ରେ ୫୨୪ରେ ପହଞ୍ଚିଛି।

ବିଶ୍ୱରେ ମୋଟ୍ ବ୍ୟାଘ୍ର ସଂଖ୍ୟାରୁ ଭାରତରେ ଏହାର ୭୦ ପ୍ରତିଶତ ଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଭାରତରେ ୧୩ ପ୍ରକାରର ବାଘ ଅଛନ୍ତି ଯାହା ବିଶ୍ୱରେ ଅନ୍ୟନ୍ୟ। ବାଘ ଆମର ଗର୍ବ ବୋଲି ମନ୍ତ୍ରୀ କହିଛନ୍ତି। ୨୦୧୮ ବାଘ ଗଣନା ରିପୋର୍ଟ ପ୍ରକାଶ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

How-many-tigers-staying-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories