• translate
Chandan Shishu

ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସିଲାଣି ଅମ୍ରିତଙ୍କ ସଂକ୍ରମଣ। ତାଙ୍କ ଅମ୍ଲଜାନ ସ୍ତର ୮୫ରୁ ୯୦ ଭିତରେ ରହୁଛି। ଗତ ଦୁଇ ସପ୍ତାହ ହେଲା ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଇକମୋ ସହାୟତାରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନ ପ୍ରଧାନଙ୍କ ବାବଦରେ ଏହି ତଥ୍ୟ ମିଳିଛି। ତେବେ ତାଙ୍କର ଫୁସଫୁସ୍ ସିଟିସ୍କାନ ପରେ ଅତ୍ୟଧିକ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି।

ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ ସହାୟତା ଆବଶ୍ୟକ ପଡ଼ୁଛି। ଅମ୍ରିତଙ୍କୁ ଖାଦ୍ୟ ଆକାରରେ କଷ୍ଟାର୍ଡ ଦେବାକୁ ଉଦ୍ୟମ କରାଯାଉଛି। ଯଦି ଏହା ସଫଳ ହୁଏ ତେବେ ତାଙ୍କୁ ଖାଦ୍ୟ ଦେବା ପାଇଁ ଲାଗିଥିବା ଫୁଡ୍ ଟ୍ୟୁବ ହଟାଇବା ପାଇଁ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।

ଗତ ୪ ତାରିଖରେ ଭୁବନେଶ୍ୱର ଏମ୍ସରୁ ଅମ୍ରିତ ପ୍ରଧାନଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲକୁ ଇକ୍‌ମୋ ଚିକିତ୍ସା ପାଇଁ ନିଆଯାଇଥିଲା। ଅମ୍ରିତଙ୍କ ଘର ବ୍ରହ୍ମପୁରର ବାସୁଦେବ ନଗରରେ।

Other Stories