• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ। ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ ମାଟ୍ରିକ୍ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୋଇଥାଏ ହେଲେ କରୋନା ପାଇଁ ତ ଏବର୍ଷ ମୂଳରୁ ସ୍କୁଲ ଖୋଲିନି।

ତାସହ ସ୍ଥିତିକୁ ଦେଖି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଥିଲେ ବି ଅନଲାଇନ୍‌ ଶିକ୍ଷା ଫଳପ୍ରଦ ହୋଇପାରିନି। ଏମିିତିକି ରାଜ୍ୟର ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ମାତ୍ର ୨୨ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଅନଲାଇନ୍‌ ଶିକ୍ଷା ପହଞ୍ଚିଥିବା କୁହାଯାଉଛି। ତେଣୁ ବଳକା ୩୮ ଲକ୍ଷ ପିଲାଙ୍କର ତ ମୂଳରୁ ବହି ଓଲଟିନି କହିଲେ ଚଳେ। ଆଉ ଏଭଳି ସ୍ଥିତିରେ ଯଦି ପୂର୍ବ ବର୍ଷମାନଙ୍କ ଭଳି ଆସନ୍ତା ଫେବୃଆରୀରେ ମାଟ୍ରିକ ଓ ମାର୍ଚ୍ଚରେ ଯୁକ୍ତ ଦୁଇ ପରୀକ୍ଷା ହୁଏ ତାହାଲେ ଫଳ କିଭଳି ହେବ ତାକୁ ନେଇ ସୃଷ୍ଟି ହେଲାଣି ଶଙ୍କା।

ପରୀକ୍ଷାକୁ ନେଇ ଏବେ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ। ପ୍ରଥମତଃ ଜାନୁଆରୀରୁ ନୂଆ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରି ପାଠ୍ୟ ଖସଡ଼ା ସ୍ଥିର କରିବେ ଓ ପିଲାଙ୍କୁ ପ୍ରସ୍ତୁତି ଲାଗି ୩ରୁ ୪ ମାସ ପରୀକ୍ଷା ଘୁଞ୍ଚାଇବେ ନଚେତ ଅନଲାଇନ୍ ଶିକ୍ଷାକୁ ଅଧିକ ବ୍ୟାପକ କରି ନୂଆ ବର୍ଷରୁ ସ୍କୁଲ୍ ଖୋଲି ଛାତ୍ରଛାତ୍ରୀଙ୍କ ଡାଉଟ କ୍ଲିୟର କ୍ଲାସ୍ କରି ପରୀକ୍ଷା କରାଇବେ।

ତେବେ ଏନେଇ ସରକାର ପଦକ୍ଷେପ ନେଉଥିବା ଗତକାଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଅନ୍ୟପଟେ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରି ଶିକ୍ଷା ବର୍ଷ ଘୁଞ୍ଚାଇବାକୁ ମତ ରଖିଛି ଓଡିଶା ବିଦ୍ୟାଳୟ ଶିକ୍ଷକ ସଂଘ ବା ଓଷ୍ଟା।

ଗୋଟିଏ ପଟେ ସ୍କୁଲ ଖୋଲିବା ନ ଖୋଲିବା ନେଇ ଗଣଶିକ୍ଷା ବିଭାଗର ହଁ ନାଁର ଗୋଲକ ଧନ୍ଦାରେ ଛନ୍ଦି ହୋଇ ପଡିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଚିନ୍ତାର କାରଣ ସାଜିଲାଣି ବର୍ଷ ଶେଷରେ ଫାଇନାଲ୍ ପରୀକ୍ଷା।

How-examination-will-be-held-without-opening-of-school
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories