ଶ୍ରୀମନ୍ଦିରର ୭୫ ମିଟର ଚୌହଦିରୁ କାଲିଠୁ ଉଚ୍ଛେଦ ଅଭିଯାନ

ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ ପାଇଁ ସରକାରଙ୍କ ଘୋଷଣା ପରେ ତ୍ୱରାନିତ ହୋଇଛି। ଶ୍ରୀମନ୍ଦିରର ୭୫ ମିଟର ଚୌହଦିରୁ ଉଚ୍ଛେଦ ପ୍ରକ୍ରିୟା ବିପଦଶଙ୍କୁଳ ଦର୍ଶାଇ ଆସନ୍ତାକାଲି ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ଦୋକାନ ଘର ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି। ତେବେ ବିନା ଥଇଥାନରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ।

ପୁରୀ ବିଧାୟକ ମଧ୍ୟ ଏହାର ବିରୋଧ କରିଥିବା ବେଳେ ଆଇନ୍‌ ମନ୍ତ୍ରୀ କହିଛନ୍ତି ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ଦାୟିତ୍ୱ ସରକାରଙ୍କର।

ପୁରୀ ବିଶ୍ୱ ଐତିହ୍ୟ ସହର ହେଉ, ଜାତିର ଦେବତା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷା ବି ହେଉ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ତ୍ୟାଗ ଆହ୍ୱାନ ଅନୁଯାୟୀ ସମସ୍ତେ ବି ତ୍ୟାଗ କରିବାକୁ ପ୍ରସ୍ତୁତ । ହେଲେ ବିନା ଥଇଥାନରେ, ପେଟପାଟଣାର ବିକଳ୍ପ ବ୍ୟବସ୍ଥା ନକରି ହଠାତ୍ ଏଭଳି ଉଚ୍ଛେଦକୁ ଗ୍ରହଣ କରି ପାରୁନାହାନ୍ତି ବ୍ୟବସାୟୀ । ସେଇଥିପାଇଁ ବଡ଼ଦାଣ୍ଡରେ ବସି ବିକ୍ଷୋଭ କରୁଛନ୍ତି କ୍ଷତିଗ୍ରସ୍ତ ଲୋକେ।

ପ୍ରଥମେ ମେଘନାଦ ପାଚେରୀ ଓ ସିଂହଦ୍ୱାର ସଂଲଗ୍ନ ଅନେକ ଛୋଟବଡ଼ ନିର୍ମାଣ ଭାଙ୍ଗିବା ପରେ ଏବେ ଆଗକୁ ବଢୁଛି ପ୍ରଶାସନ।  ବିପଦସଂକୁଳ ଦର୍ଶାଇ ଆସନ୍ତାକାଲି ଲଙ୍ଗୁଳି ମଠ ଏବଂ ଏହା ପରିସରରେ ଥିବା ସବୁ ଦୋକାନ ଉଚ୍ଛେଦ ହେବ। ତେବେ ବିନା ଥଇଥାନରେ ସରକାରଙ୍କ ଏଭଳି ତରବରିଆ ପଦକ୍ଷେପକୁ ବିରୋଧ କରିଛନ୍ତି ସ୍ଥାନୀୟ ବିଧାୟକ । ସେପଟେ ଆଇନ୍‌ ମନ୍ତ୍ରୀ  କହିଛନ୍ତି ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ଦାୟିତ୍ୱ ସରକାର ନେବେ।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like