ବଡ଼ ମେଡିକାଲରେ କେମିତି ଅଛନ୍ତି କରୋନା ରୋଗୀ? ଭିଡିଓ ଭାଇରାଲ

କଟକ: ମହାମାରୀ କରୋନା ବିରୋଧି ଲଢେଇରେ ଚିକିତ୍ସା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବରେ ଏହାର କେତେ ସୁଫଳ ମିଳୁଛି, ତାଙ୍କର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏସ୍‌ସିବି ଆଇସୋଲେସନ୍ ୱାର୍ଡରୁ ଆସିଛି ଅବ୍ୟବସ୍ଥାର ଏଭଳି ଚିତ୍ର। ଯାହା ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ।

ଏଠାରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, କିନ୍ତୁ ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନି। ଚିକିତ୍ସା କରିବାକୁ ଡାକ୍ତର ଠିକ୍ ସମୟରେ ଆସୁନାହାନ୍ତି। ରୋଗୀମାନେ ବାରଣ୍ଡାରେ ଶୋଇଛନ୍ତି। ବେଡ୍‌ରେ ବେଡ୍‌ସିଟ୍ କି ତକିଆ ମଧ୍ୟ ପଡିନି।

କରୋନା ଆକ୍ରାନ୍ତ କାରବାର କରୁଥିବା ଟଏଲେଟ୍‌ରେ ମଧ୍ୟ ଦୟନୀୟ ଅବସ୍ଥା।  ଟଏଲେଟ୍ ଅପରିଷ୍କାର ହୋଇ ପଡିରହିଛି।

ଏସସିବି ଆଇସୋଲେସନ୍ ୱାର୍ଡର ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏନେଇ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ସହରାଞ୍ଚଳର ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

କିନ୍ତୁ କିଛି ବିଶେଷ ପ୍ରକାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବନି। HIV ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନ୍ସର, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ଅନୁମତି ମିଳିବନି ବୋଲି କୁହାଯାଇଥିଲା।

ଯଦି ବହୁ ବ୍ୟାଧି ରୋଗରେ ପୀଡିତ ଥିବା କରୋନା ରୋଗୀଙ୍କୁ ଘରୁ ଅଣାଯାଇ ଏଭଳି ଚିକିତ୍ସା ମିଳେ, ତେବେ କରୋନା ବିରୋଧୀ ଲଢେଇ ଓଡ଼ିଶା ମାତ ଦେଇପାରିବ ତ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like