ହୋମ୍ କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନିବେ କେମିତି?
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଦିନରାତି ଏକ କରିଦେଇଛନ୍ତି। ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି।
ଏହି ପରିପ୍ରେକ୍ଷୀରେ ହୋମ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏମାନଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲାଗିବା ନିଷ୍ପତ୍ତି ନିଆଯାଇଛି।
ଯେକୌଣସି ବ୍ୟକ୍ତି ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ୧୪ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ତଥା ଗୃହ ପୃଥକୀକରଣରେ ରଖାଯାଉଛି। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନିବା ଅନ୍ୟମାନଙ୍କ ପାଇଁ ବଡ କଷ୍ଟକର ହୋଇପାରେ। ଏହାକୁ ଲକ୍ଷ୍ୟ ରଖି ଏପରି ଷ୍ଟିକର ନିଷ୍ପତ୍ତି ନିଆଯାଇଛି।
ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ। ଏହାହେଲେ ସେହି ସ୍ଥାନ ଦେଇ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ସଜାଗ ରହିପାରିବେ। ବାହାର ଲୋକଙ୍କ ଆତଯାତ ପ୍ରଶାସନ ବନ୍ଦ କରିପାରିବ। ଏହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ବୋଲି ସୁବ୍ରତ ବାଗଚି କହିଛନ୍ତି।