କ୍ୟାନ୍‌ସର ରୋଗୀଙ୍କୁ ମିଳିଲା ଯନ୍ତ୍ରଣା, ଘରେ ପୂରାଇ ଦେଲେନି ମାଲିକ

ବାଲେଶ୍ୱର: ଦେଶରେ ଏପରି ସଂକଟ ସମୟରେ  କରୋନାକୁ ଭୟ ନକରି ଅନ୍ୟ ପ୍ରତି ସହୃଦୟ ହେବା ପାଇଁ ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ବିଶେଷ କରି ଘର ମାଲିକମାନେ ନିଜ ଭଡ଼ାଟିଆଙ୍କ ପ୍ରତି ଉଦାରତା ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେବି ଏକ ଦୁଃଖଦ ଘଟଣା ବାଲେଶ୍ୱରେ ଦେଖିବାକୁ ମିଳିଛି। ଜଣେ ଭଡ଼ାଟିଆ ଭୁବନେଶ୍ୱରରୁ ଆସିବାରୁ   ଘର ଘରମାଲିକର ହତାଦରର ଶିକାର ହେବାକୁ ପଡ଼ିଛି। କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ ଅନୁମତି ଦେଇନାହିଁ। ଯାହାଫଳରେ ରୋଗୀ ଜଣକ ଦିନତମାମ ବାହାରେ ବସିଛନ୍ତି।

  • ଘଟଣାକ୍ରମ ଏମିତି ଥିଲା…

ସୁରେଶ ଶର୍ମା ଦୀର୍ଘ ବର୍ଷ ଧରି ସହଦେବଖୁଣ୍ଟା ଅଞ୍ଚଳରେ ଲକ୍ଷ୍ମୀଧର ଭୂଇଁଆଙ୍କ ଘର ଭଡ଼ା ନେଇ ରହୁଥିଲେ। ସୁରେଶ ଜଣେ କ୍ୟାନ୍‌ସର ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ଗତକାଲି ଭୁବନେଶ୍ୱର ଆସିଥିଲେ। ସାଙ୍ଗରେ ଥିଲେ ସୁରେଶଙ୍କ ପତ୍ନୀ ଓ ପୁଅ। ଏଥିପାଇଁ ଘର ମାଲିକଙ୍କଠାରୁ ପରାମର୍ଶ ନେଇଥିଲେ।

ମେଡିକାଲ୍‌ ଚେକ୍‌ଅପ୍‌ ପରେ ସେମାନେ ଆଜି ବାଲେଶ୍ୱରକୁ ଫେରିଥିଲେ। ମଧ୍ୟାହ୍ନରେ ସେମାନେ ସହଦେବଖୁଣ୍ଟା ଘରେ ପହଞ୍ଚିଥିଲେ। ମାତ୍ର ଘର ମାଲିକ ସେମାନଙ୍କୁ ଘର ଭିତରକୁ ପଶିବାକୁ ଅନୁମତି ଦେଇନଥିଲେ। ଯାହାଫଳରେ ଦିନ ସାଢ଼େ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବାହାରେ ବସିଥିଲେ।

ଖବର ପାଇଁ ଏଡିଏମ୍‌ଓ, ସହଦେବଖୁଣ୍ଟା ତହସିଲଦାର ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଘର ମାଲିକଙ୍କ ପୁଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ରୋକ୍‌ଠୋକ୍‌ ଭାବେ ମନା କରିଦେଇଥିବା ଅଭିଯୋଗ ହୋଇଛି। ଶେଷରେ ଘଟଣାସ୍ଥଳକୁ ଡିଏସପି ପହଞ୍ଚି ବୁଝାସୁଝା କରିବା ପରେ ଘରମାଲିକ ଭଡ଼ାଟିଆଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦେଇଥିଲେ।

You might also like