ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ବନ୍ଦ ଡାକରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ସହରବାସୀ ପ୍ରତିବାଦ କରିଛନ୍ତି।  ଏମସିଏଲ୍‌ର କୋଇଲା ଖଣି ପରିଚାଳନାରେ ତ୍ରୁଟି ଥିବା ଦର୍ଶାଇ ସହରବାସୀ ଆଜି ତାଳଚେର ବନ୍ଦ ପାଳନ କରୁଛନ୍ତି।

ଗତକାଲି ତାଳଚେର ଥାନା ସାମ୍ନାରେ ଥିବା ଏକ ଘର ଭିତରେ ମାଟି ଦବି ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସହରରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ କେଉଁ କାରଣରୁ ଘରେ ଗର୍ତ୍ତ ସୃଷ୍ଟି ହୋଇଛି ତାହାର କାରଣ ଜଣାପଡ଼ିନାହିଁ।

ଭୂତଳ କୋଇଲା ଖଣି ଉତ୍ତୋଳନ ପରିଚାଳନାରେ ତ୍ରୁଟି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। କୋଇଲା ଖନନ ପରେ ଅବ୍ୟବହୃତ ଖଣିକୁ ଭର୍ତ୍ତି କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି।

ପୂର୍ବରୁ ମଧ୍ୟ ତାଳଚେରରେ ଅନେକ ଥର ଏଭଳି ଗର୍ତ୍ତ ସୃଷ୍ଟି ହୋଇଥିଲା। ସାଇମନ୍ଦିର, ହାଟତୋଟା, ନବମିଶ୍ର କଲୋନୀ, ହାଣ୍ଡିଧୂଆଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା।

 

You might also like