ଡ୍ରେନ୍ ସଫା କରୁକରୁ ଭୁଶୁଡ଼ିଗଲା ଘର

କଟକ: ଡ୍ରେନ୍ ସଫା ବେଳେ ଭୁଶୁଡ଼ିଗଲା ଘର। ଜାଇକା ପକ୍ଷରୁ କଟକରେ ଆଜି ଡ୍ରେନ୍‌ ସଫା ବେଳେ ଏପରି ଅଘଟଣ ଘଟିଛି। ଡ୍ରେନ୍ ସଫା ବେଳେ‌ ବଜ୍ରକବାଟି ଛତ୍ରବଜାର ମୁଖ୍ୟ ଡ୍ରେନ୍ କଡ଼ରେ ଥିବା ଏକ ଘରର ଆଗ ପଟ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।

ଡ୍ରେନ୍ ସଫା ବେଳେ କୌଣସି କାରଣରୁ ଏଭଳି ଅଘଟଣ ହୋଇଥିବା କୁହାଯାଉଛି। କେବଳ ଏହି ଗୋଟିଏ ଘର ନୁହେଁ, ନିକଟରେ ଥିବା ଆହୁରି କିଛି ଘରର ବି ଏଭଳି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

 

You might also like