ନୀଳଗିରି: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଘର ଜଳିଯିବା ଫଳରେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ନୀଳଗିରି ଏନ୍ଏସି ଅଧିନରେ ଥିବା ଗୁଡ଼ିଖାଣିଆ ଅଞ୍ଚଳରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ଗୁଡ଼ିଖାଣିଆରେ ରହୁଥିବା ରବି ବିନ୍ଧାଣୀଙ୍କ ସ୍ତ୍ରୀ ଆଜି ସକାଳେ ରୋଷେଇ କରିବାକୁ ଗ୍ୟାସ୍ ଲଗାଉଥିବା ବେଳେ ପୂର୍ବରୁ ଗ୍ୟାସ୍ ଲିକ୍ ହୋଇଥିବାରୁ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରର ଅନ୍ୟ ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ୬ ମାସର ଶିଶୁ କନ୍ୟା ଗୁରୁତର ହୋଇପଡ଼ିଥିଲା। ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ନୀଳଗିରି ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।