• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ତେଲକୋଇ : ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଘର ଜାଳି ଦେଲେ। ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତିଙ୍କ ସହ ୨ଜଣ ଶିଶୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାରୁଆଳୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।

ଅଭିଯୋଗ ଅନୁସାରେ, ସାରୁଆଳୀ ଗାଁର ଅର୍ଜୁନା ପାତ୍ରଙ୍କ ପୁଅ ପ୍ରସନ୍ନ ପାତ୍ର ପାଲଲହଡ଼ା ଥାନା ଡ଼ିମିରିଆ ଗ୍ରାମରେ କାମ କରୁଥିଲା। ସେଠାରେ ଜଣେ ଯୁବକଙ୍କୁ ସେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଘଟଣା ପରେ ପ୍ରସନ୍ନ ଫେରାର ଥିବାବେଳେ, ତାଙ୍କୁ ଖୋଜିବାକୁ ଡିମିରିଆ ଗାଁର ୧୦ଜଣ ଯୁବକ ସାରୁଆଳୀ ଆସିଥିଲେ। ତେବେ ସେ ଘରେ ନଥିବା ଜାଣି ପ୍ରତିଶୋଧ ପରାୟଣ ହୋଇ ଯୁବକମାନେ ତାଙ୍କ ଘର ଜାଳି ଦେଇଥିବା ଅଭିଯୋଗ ହୋଇଛି।

ନିଆଁ ଲାଗିବା ସମୟରେ ଘରେ ପ୍ରସନ୍ନଙ୍କ ବାପା, ମାଆଙ୍କ ସହ ୨ ଜଣ ଶିଶୁ ଶୋଇଥିଲେ। ଏନେଇ ଗ୍ରାମବାସୀ ଜାଣିବା ପରେ ସଙ୍ଗେସଙ୍ଗେ ସମସ୍ତଙ୍କୁ ଘରୁ ଉଦ୍ଧାର କରିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ଘଟଣା ନେଇ ପ୍ରସନ୍ନଙ୍କ ମାଆ ଦୂର ପାତ୍ର ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

https://youtu.be/kUJJuQsiQ5M

House-burn-in-telkoi-keonjhara
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories