ବାତ୍ୟା ପର ଯନ୍ତ୍ରଣାରୁ ମୁକ୍ତି ପାଇଁ ହୋଟେଲ୍ ମୁହାଁ ରାଜଧାନୀ ବାସିନ୍ଦା

ଛୋଟ, ବଡ଼ ହୋଟେଲ୍‌ରେ ଅସମ୍ଭବ ଭିଡ଼

ଭୁବନେଶ୍ୱର : ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ। ବାତ୍ୟା ଫୋନି ପରେ କରେଣ୍ଟ ନଥିବାରୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାକୁ ଛୋଟ ବଡ଼ ହୋଟେଲ ଓ ଲଜ୍‌ରେ ଥିଲାବାଲାଙ୍କର ଏମିତି ଚାଲିଛି ମୂଲଚାଲ। ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣାରୁ ମୁକ୍ତି ଲାଗି ରାଜଧାନୀର ଛୋଟ ବଡ଼ ହୋଟେଲରେ ଏବେ ଅସମ୍ଭବ ଭିଡ଼।

ତାରକା ହେଉ କି ସାଧାରଣ ଗେଷ୍ଟ୍ ହାଉସ ଅବା ଲଜ୍, ସବୁଠି ଗ୍ରାହକଙ୍କ ଖଚାଖଚ୍ ଉପସ୍ଥିତି। ଲାଇନ୍ ନଥିବାରୁ ଗରମ ଓ ଗୁଳୁଗୁଳିରେ ଛଟପଟ ରାଜଧାନୀ ବାସିନ୍ଦାଙ୍କୁ ସତେ ଯେମିତି ଆଶ୍ୱାସନା ଯୋଗାଇଛି ଏସବୁ ଛୋଟ ବଡ଼ ହୋଟେଲ ଓ ଗେଷ୍ଟ ହାଉସ୍।

ପାଣି, ବିଜୁଳି ଓ ଅନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ଲାଗି କିଛି ଦିନ ହେଲା ଥିଲାବାଲାଙ୍କ ସାମୟିକ ଆବାସସ୍ଥଳୀ ପାଲଟିଛି। ଏସି ରୁମ୍ ନହେଲା ନାହିଁ ଖାଲି ଫ୍ୟାନ ଥିବା ରୁମ୍‌ଟିଏ ବି ପାଇବାକୁ ଗ୍ରାହକଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଜେନେରେଟର ଯୋଗେ ବିଜୁଳି ସୁବିଧା ଯୋଗାଉଥିବା ହୋଟେଲ୍ କର୍ତ୍ତୃପକ୍ଷ ବି ଏ ସୁଯୋଗରେ ମୁନାଫା କମାଇବାକୁ ପଛଉନାହାଁନ୍ତି।

ଫୋନି ଫେରିବାର ୬ ଦିନ ବିତିଲାଣି, ହେଲେ ସହରର ସବୁ ଅଞ୍ଚଳକୁ ଏଯାଏଁ ବିଦ୍ୟୁତ୍ ଓ ପାଣି ସଂଯୋଗ ହୋଇନଥିବାରୁ ହୋଟେଲ ଓ ଲଜ୍‌ରେ ସ୍ଥାନୀୟ ଗ୍ରାହକଙ୍କ ସଂଖ୍ୟା ବଢ଼ି ଚାଲିଛି। ତେଣେ ଏମାନଙ୍କ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଲେଣି ବାହାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ।

ସ୍ୱାସ୍ଥ୍ୟସେବା, ଶିକ୍ଷାନୁଷ୍ଠାନରେ ଆଡମିଶନ ଓ ଅନ୍ୟ ଅଫିସିଆଲ କାମରେ ଆସୁଥିବା ଲୋକେ ହୋଟେଲରେ ରୁମ୍ ନପାଇ ନାକେଦମ୍ ହେଉଛନ୍ତି। ରାଜଧାନୀରେ ବିଦ୍ୟୁତ୍ ସେବା ସ୍ୱାଭାବିକ ନହେବା ଯାଏ ଏଭଳି ସ୍ଥିତି ଲାଗିରହିବା ନିଶ୍ଚିତ।

 

ଆହୁରି ପଢ଼ନ୍ତୁ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

You might also like