ଜାଣନ୍ତୁ କେତେ ଦିନ ପର୍ଯ୍ୟନ୍ତ ଲାଗି ରହିବ ଗୁଳୁଗୁଳି

ଭୁବନେଶ୍ୱର: ଆର୍ଦ୍ରତା ଓ ଜଳୀୟ ବାଷ୍ପ ଅଭାବରୁ ରାଜ୍ୟରେ ବଢୁଥିବା ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଆସନ୍ତା ୮ ତାରିଖ ଯାଏ ଲାଗି ରହିବ।

ଗତ କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଥିବା ବେଳେ ୮ ତାରିଖ ପରେ ପାରଦ ୩୦ ତଳକୁ ଖସିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ବି ରହିଛି। ଫଳରେ ଏହାର ପ୍ରଭାବରେ ଦିନର ତାପମାତ୍ରା କମିବ ବୋଲି ଜଣାପଡ଼ିଛି।

You might also like