ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା

କେନ୍ଦୁଝର (ପ୍ରଣୟ କୁମାର ପାଣି)/କରଞ୍ଜିଆ (ସତ୍ୟବ୍ରତ ବେହେରା) : କରଞ୍ଜିଆ ମେଡିକାଲରେ ଦୟନୀୟ ଅବସ୍ଥାରେ ଚାଲିଛି ଚିକିତ୍ସା। ବାରଣ୍ଡାରେ ପ୍ରସୂତୀ ଓ ନବ ଜାତ ପଡ଼ିରହିଥିବାବେଳେ ଦୟନୀୟ ଅବସ୍ଥାରେ ଶୋଇଛନ୍ତି ମାଆ ଓ ଶିଶୁ।

ବର୍ଷେ ତଳେ ଏହି ମେଡିକାଲରେ ୧୦ କୋଟି ଟଙ୍କା ବ୍ୟୟରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ହୋଇଛି। ଗତ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ହେଲେ ବିଡ଼ମ୍ବନା, ଆଜିଯାଏ ଏଠାରେ ଆବଶ୍ୟକ କର୍ମଚାରୀ ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ନାହିଁ। ଏ ନେଇ ସିଡିଏମଓଙ୍କୁ ପଚାରିବାରୁ, ସେ ଉତକ୍ଷିପ୍ତ ହୋଇ ସେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ଆଣିବାକୁ କହି ଅପାରଗତା ଲୁଚାଇବାକୁ ଚେଷ୍ଟା କରିଥିଲେ।

ସେହିପରି ଉପଖଣ୍ଡ ଅଧିନ ଠାକୁରମୁଣ୍ଡା ଗୋଷ୍ଠୀ ସସ୍ଥ୍ୟକେନ୍ଦ୍ରର ବି ସେହି ସମାନ ଅବସ୍ଥା। କେନ୍ଦୁଝର ଜିଲ୍ଲା ଟେଣ୍ଡର ଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଡାକ୍ତର ନଥିବାରୁ ଲୋକେ ନିରାଶ ହୋଇ ଫେରୁଛନ୍ତି। ୧୯୯୪ ମସିହାରେ ସ୍ଥାପନ ହୋଇଥିବା ଏହି ଡାକ୍ତରଖାନାରେ ଆଜି ଯାଏ ସ୍ଥାୟୀ ଡାକ୍ତର ନାହାଁନ୍ତିା ଯଦିଓ ଏଏନ୍ଏମ୍ ଦିଦି ଅଛନ୍ତି, ସେ ତାଙ୍କ ସୁବିଧାରେ ମେଡିକାଲ ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି। ଅଧିକାଂଶ ସମୟ ମେଡିକାଲରେ ତାଲା ଝୁଲୁଥିବା ଦେଖାବାକୁ ମିଳିଛି।

ସେପଟେ ସଦର ବ୍ଲକ ଜଡ଼ିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ କୋଠା ଚକାଚକ ରହିଛି। ହେଲେ ୨୦୧୩ ମସିହାରୁ ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର। ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ନିର୍ବାଚନ ଆଳ ଦେଖାଇ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲୋ

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like