ଅନର୍ କିଲିଂ ରୋକିବାକୁ ଗୃହ ବିଭାଗର SOP

ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଜାରି ହେଲା ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଅନର କିଲିଂ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ। ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଓପି ଜାରି କରିଛି ବିଭାଗ।

ଅନର କିଲିଂ ଭଳି ଘଟଣା ଘଟୁଥିବା ଜିଲ୍ଲା, ଗାଁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏଥିସହ ଅନ୍ତଃଜାତି ଓ ଅନ୍ତଃଧର୍ମ ବିବାହ ହେଉଥିଲେ IICଙ୍କୁ ସତର୍କ ରହିବାକୁ କୁହାଯାଇଛି। କଙ୍ଗାରୁ କୋର୍ଟ ହେଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଅାଇଅାଇସି ଜଣାଇବା ସହ ଘଟଣାସ୍ଥଳରେ ଫୋର୍ସ ମୁତୟନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ଏଥିସହ କଙ୍ଗାରୁ କୋର୍ଟର ସଂପୃକ୍ତ ଥାନାଧିକାରୀ ଭିଡିଓ ସୁଟିଂ କରାଇବାକୁ କୁହାଯାଇଛି। ଏମିତିକି ଏଭଳି କିଛି ଘଟିଲେ ତୁରନ୍ତ ଏତଲା ଦାୟର କରିବେ ଥାନାଧିକାରୀ। ଏମିତିକି ତମାମ ଘଟଣାର ରିପୋର୍ଟ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦିଅାଯିବ। ଅନର କିଲିଂ ଘଟିଲେ ଫାଷ୍ଟଟ୍ରାକ୍‌ କୋର୍ଟରେ ୬ ମାସ ମଧ୍ୟରେ ବିଚାର ସାରିବାକୁ ନିର୍ଦ୍ଦେଶ ରହିଛି।

ଚଳିତବର୍ଷ ମାର୍ଚ୍ଚ ୨୭ ତାରିଖରେ ଏକ ଅନର କିଲିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଏଭଳି ଗାଇଡଲାଇନ୍ସ ଜାରି କରିଛି ଗୃହ ବିଭାଗ।

You might also like