ସଚ୍ଚେ।ଟପଣିଆ ଦେଖାଇଲେ ଯୁବ ବ୍ୟବସାୟୀ ! ରାସ୍ତାରୁ ପାଇଥିବା ସୁନା ଚେନ୍ ଫେରାଇଦେଲେ, ପ୍ରତିବଦଳରେ ମିଳିଲା ଅଜସ୍ର ସାଧୁବାଦ ସହ ଆଶିର୍ବାଦ

ଆଖି ସାମ୍ନାରେ ଥିଲା ୪ ଭରିର ଚିକିଚିକିଆ ସୁନା ଚେନ୍, ମୂଲ୍ୟ ୩ ଲକ୍ଷରୁ ଅଧିକ , ତଥାପି ଫେରାଇଦେଲେ ଲମ୍ବୋଦର ପାଣିଗ୍ରାହୀ

ରାସ୍ତାରୁ ପାଇଥିବା ସୁନାଚେନ୍ ଫେରାଇଦେଲେ ବ୍ୟବସାୟୀ । ସୁନା ରୂପା ହେଉ ଅବା ଟଙ୍କା, ଦାମୀ ଜିନିଷ ଉପରେ କାହାର ବା ଲୋଭନଥାଏ । ମୂଲ୍ୟବାନ୍ ସାମଗ୍ରୀ  ଆଖି ଆଗରେ ପଡିଥିବାର ଦେଖିଲେ କେହି ବି ଚାଲାକି କରି ହାତେଇ ନେଇପାରେ । ହେଲେ ଜଣେ ଯୁବ ବ୍ୟବସାୟୀ ରାସ୍ତାରୁ ଏକ ଦାମୀ ସୁନାଚେନ୍ ପାଇ ଲୋଭାସକ୍ତ ନହୋଇ ବରଂ ଚେନ୍ ହରାଇଥିବା ବ୍ୟକ୍ତିଙ୍କୁ ଖୋଜି ଖୋଜି ତାକୁ ଫେରାଇଛନ୍ତି । ଆଜି କାଲିକା ସ୍ୱାର୍ଥପର ଦୁନିଆରେ ସୁନା ଚେନଟି ଫେରାଇ  ସଚ୍ଚେ।ଟପଣିଆ ଜାହିର କରିବା ସହ ମାନବିକତାର ଉଦାହରଣ ଦେଇଛନ୍ତି ।

ଏହି ମହାନତା ଦେଖାଇଥିବା ଯୁବକ ଜଣଙ୍କ ହେଉଛନ୍ତି, ବାସୁଦେବପୁର ବ୍ଲକର ବେତଡା ମଧୁସୁଦନପୁର ଗ୍ରାମର ଲମ୍ବୋଦର ପାଣିଗ୍ରାହୀ । ସ୍ଥାନୀୟ ବେତଡା ବଜାରରେ ଶୁଭଶ୍ରୀ ଚୁଡି ମହଲ ନାମକ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଘଟଣା ଦିନ ଯୁବ ବ୍ୟବସାୟୀ ଲମ୍ବୋଦର ସକାଳୁ ସକାଳୁ ଘରୁ ଦୋକାନକୁ ଆସୁଥିଲେ । ଘରୁ ବାହାରି କୁଳିପୋଖରୀ ଛକ ନିକଟରେ ପହଞ୍ଚିଲା ବେଳକୁ  ଚାରି ଭରିରୁ ଅଧିକ ଓଜନର ସୁନା ଚେନ୍ ‌ଟିଏ ରାସ୍ତାରୁ ପାଇଥିଲେ ।

ନିଜ ଦୋକାନ ପାଖରେ ଥିବା ସୁନା ଦୋକାନକୁ ନେଇ ଚେନଟି  ଅସଲି କି’ ନକଲି ପରୀକ୍ଷା କରିଥିଲେ । ଚେନ୍‌ଟି ସୁନବୋଲି ଜାଣିବା ପରେ ବି ତାଙ୍କର ମନେର ଟିକିଏ ବି ଲେ।ଭ ଆସିନଥିଲା । ଚେନର ପାଖାପାଖି ମୂଲ୍ୟ ଥିଲା ୩ ଲକ୍ଷରୁ ଅଧିକ ।   ଆଉ କିଏ ହେ।ଇଥିଲେ ବେ।ଧହୁଏ ସୁନା ଚେନ ଫେରାଇବା କଥା ଚିନ୍ତା କରିନଥାନ୍ତା କିମ୍ବା ମାଗଣାରେ ସୁନା ଚେନ୍ ପାଇ ଖୁସି ହେ।ଇଯାଇ ଥାଆନ୍ତ। । ହେଲେ ଏହି ଭିନ୍ନ ମଣିଷ ଜଣକ ସୁନା ଚେନ୍ ପାଇ ହଜାଇଥିବା ବ୍ୟକ୍ତିଙ୍କ ପାଖରେ ପହଂଚାଇବାକୁ ବ୍ୟଗ୍ର ହୋଇଗଲେ । ପାଖ ଦୋକାନୀ ମାନଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଗାଁ ରାସ୍ତାରେ ଯାଉଥିବା ଲୋକଙ୍କୁ କହି ସୁନା ହଜାଇଥିବା ବ୍ୟକ୍ତିଙ୍କର ଖେ।ଜ ଖବର ନେଇଥିଲେ । କାହାର ସୁନାଚେନ ହଜିଛି, ଉପଯୁକ୍ତ ପ୍ରମାଣ ଦେଇ ନେଇଯିବାକୁ ବାଟରେ ଭେଟୁଥିବା ଲେ।କଙ୍କୁ କହୁଥିଲେ । ଆପଣ ଥରେ ଚିନ୍ତା କରନ୍ତୁ, ସତରେ କ’ଣ ଏପରି ମଣିଷ ଜଣେ ବର୍ତ୍ତମାନ ଦୁନିଆରେ ମିଳିବେ ।

ଅନେକ ବୁଝାସୁଝା କରିବା ପରେ ଜଣାପଡ଼ିଲା ସବୁଦିନ ସକାଳେ ସେହି ରାସ୍ତା ଦେଇ ପଡୋଶୀ ସିମୁଳିଆ ଥାନା ମାଳିବରମପୁର ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀ ମର୍ଣିିଂୱାକରେ ଯାଆନ୍ତି । ଗତ ଶୁକ୍ରବାର ମର୍ଣିିଂୱାକ ସାରି ଘରକୁ ଫେରି ଦେଖନ୍ତି ବେକରେ ସୁନା ଚେନ୍‌ଟି ନାହିଁ । ସୁନା ଚେନ୍ ହଜିବା ପରେ  ବ୍ୟତିବ୍ୟସ୍ତ ହୋଇ ରାସ୍ତାସାରା ଖୋଜିଥିଲେ । ବହୁ ଲୋକଙ୍କୁ ପଚାରିଥିଲେ । ହେଲେ ଅନେକ ଖେ।ଜାଖେ।ଜି କରିବା ପରେ ମଧ୍ୟ ଚେନଟି ନପାଇ ବହୁ ମନସ୍ତାପରେ ରହିଥିଲେ ଉପେନ୍ଦ୍ର ।

ପରେ ଲୋକଙ୍କ ପାଖରୁ ଖବର ପାଇ ଚେନ ହରାଇଥିବା ଉପେନ୍ଦ୍ର, ଯୁବ ବ୍ୟବସାୟୀ ଲମ୍ବୋଦରଙ୍କ ପାଖରେ ପହଞ୍ଚିଥିଲେ । କେମିତି ଚେନଟି ହଜିଲା କହିବା ସହ ଚେନଟିର ଓଜନ, ଲମ୍ବ, ଷ୍ଟିକର ଲାଗିଥିବା ସମ୍ପର୍କରେ ଲମ୍ବୋଦର ସବିଶେଷ ସୂଚନା ଦେଇଥିଲେ । ଶେଷରେ ଲମ୍ବୋଦର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଚେନଟିକୁ ଉପନ୍ଦ୍ରେଙ୍କୁ ଦେଇଥିଲେ ।

ଦୁଇ ଦିନଧରି ମନସ୍ତାପରେ ଥିବା ଉପେନ୍ଦ୍ର ହଜିଲା ଚେନଟିକୁ ପାଇ ଆତ୍ମବିଭୋର ହୋଇପଡିଥିଲେ । ରାସ୍ତାରୁ ଚେନଟିକୁ ପାଇଥିବା ଲମ୍ବୋଦରଙ୍କୁ ସର୍ବସାଧାରଣରେ ଅଜାଡି ଦେଇଥିଲେ ଅଜଶ୍ର ସାଧୁବାଦ ଓ ଆଶୀର୍ବାଦ । ୬୧ ବର୍ଷ ବୟସ୍କ ଉପେନ୍ଦ୍ର ଆଉ ଚେନଟିକୁ ବେକରେ ନକାଇ ସିଧା ପକେଟରେ ପୁରାଇଥିଲେ । ଆଉ କହୁଥିଲେ ଆଜିବି ଦୁନିଆରେ ବହୁ ଲୋକଙ୍କ ପାଖରେ ସାଧୁତା ଓ ମଣିଷ ପଣିଆ ରହିଛି । ଲମ୍ବୋଦର ଓ ଉପେନ୍ଦ୍ରଙ୍କ ଘଟଣା କାହାକୁ ସାଧାରଣ ଲାଗିପାରେ । ହେଲେ ଏହି ଘଟଣା ସ୍ପଷ୍ଟ କରୁଛି, ଆଜିବି ସମାଜରେ ଲୋକଙ୍କ ପାଖରେ ବିଶ୍ୱାସନୀୟତା, ସଚ୍ଚୋଟତା ଓ ସାଧୁତା ବଂଚିଛି ।

You might also like