ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେବାୟତଙ୍କୁ ହୋମିଓପାଥି ଔଷଧ

ପୁରୀ: ପୁରୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ଆଗକୁ ଆସୁଛି ରଥଯାତ୍ରା। ତେଣୁ କରୋନାକୁ ଦୃଷ୍ଟିରେ ରଖି  ପୁରୀରେ ସେବାୟତଙ୍କୁ ଦିଆଯାଉଛି ହୋମିଓପାଥି ଔଷଧ।

କରୋନା ସଂକ୍ରମଣ ଏଡ଼ାଇବା ପାଇଁ ପ୍ରତିଷେଧକ ସ୍ୱରୂପ ଶ୍ରୀମନ୍ଦିର ସେବାୟତମାନଙ୍କୁ ହୋମିଓପାଥି ଔଷଧ ଦିଆଯାଉଛି । ଏହି ଔଷଧ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହା ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ।  ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଔଷଧ ବିତରଣ କରାଯାଉଛି। 

ଆଜି ଦଇତାପତି ନିଯୋଗକୁ ଦିଆଯାଉଛି ଔଷଧ । ଆସନ୍ତାକାଲି ପ୍ରତିହାରୀ ନିଯୋଗ, ୧୧ରେ ସୁଆର ମହାସୁଆର ନିଯୋଗ, ୧୨ରେ ପୂଜାପଣ୍ଡା, ୧୩ରେ ଗରାବଡୁ ନିଯୋଗକୁ ଔଷଧ ବଣ୍ଟନ କରାଯିବ । ମୋଟ ୨ ହଜାର ୨୦୦ ସେବାୟତ ପରିବାରଙ୍କୁ ଔଷଧ ବଣ୍ଟାଯାଉଛି। ସେହିପରି ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମଧ୍ୟ ଏହି ରୋଗ ପ୍ରତିରୋଧକ ଔଷଧ ବଣ୍ଟାଯିବ॥

ଆୟୁଷ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ପୁରୀ ହୋମିଓପ୍ୟାଥିକ ଗବେଷଣା ପ୍ରତିଷ୍ଠାନ ତରଫରୁ ଔଷଧ ବଣ୍ଟନ କରାଯାଉଛି ।

You might also like