ଶୀତରେ ଖୋଲା ଆକାଶ ତଳେ କଟୁଛି ଅସହାୟଙ୍କ ଜୀବନ

କଟକ: ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଆଉ ଏହି ଶୀତ ରାତିରେ ଏବେବି ଖୋଲା ଆକାଶ ତଳେ କଟକ ସହରରେ କଟୁଛି ଅସହାୟଙ୍କ ଜୀବନ। ରେଳ ଷ୍ଟେସନ୍ ହେଉ ବା ବସ୍‌ଷ୍ଟାଣ୍ଡ କିମ୍ବା ରାସ୍ତାକଡ଼ ସବୁଠି ରାତି କାଟୁଛନ୍ତି ନିରାଶ୍ରୟ। ଅସହାୟଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଥିବା କଥା ପ୍ରଶାସନ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ଦେଖିବାକୁ ମିଳିଛି।

ହାଡ଼ଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ବେଳେ କଟକ ସହରର ରାସ୍ତାକଡ଼ରେ ତ କେଉଁଠି ଗଛ ତଳେ ଆଉ କେଉଁଠି ରିକ୍ସାରେ ନିରାଶ୍ରୟଙ୍କ ଜୀବନ କଟୁଛି।

ଶୀତ କାକରରୁ ରକ୍ଷା ପାଇଁ ନିଜ ପିଲା ଛୁଆଙ୍କୁ ଧରି ରାସ୍ତା କଡ଼ରେ ବସିଛନ୍ତି ଲୋକେ। ନିଆଁ ଆଗରେ ଖଣ୍ଡେ ଜରି ଓ ଖଣ୍ଡେ ଚାଦର ଧରି ରାସ୍ତା କଡ଼ରେ ଖୋଲା ଆକାଶ ତଳେ ରାତି କଟୁଛି।

ଅନ୍ୟପଟେ, କଟକ ମହାନଗର ନିଗମ ଦ୍ୱାରା ପରିଚାଳିତ ରାତ୍ରୀ ଆଶ୍ରୟସ୍ଥଳୀ ଗୁଡ଼ିକରେ ସେଭଳି ଲୋକ ହେଉନାହାନ୍ତି। ସିଏମ୍‌ସି ପକ୍ଷରୁ ସହରରେ ୪ଟି ନୂଆ ରାତ୍ରୀ ଆଶ୍ରୟସ୍ଥଳୀ ଖୋଲାଯାଇଛି। କିନ୍ତୁ ତାହା ଠିକ୍ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି।

ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ରାତ୍ର ଆଶ୍ରୟସ୍ଥଳୀ ଏଯାଏ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଅସହାୟଙ୍କ ପାଇଁ ନାଇଟ୍ ସେଲ୍‌ଟର ଖୋଲାଯାଇଛି ବୋଲି ପ୍ରଶାସନ କହୁଥିଲେ ବି ବାସ୍ତବ ଚିତ୍ର ଓଲଟା ଦେଖିବାକୁ ମିଳିଛି।

 

You might also like