ବାଲିଗୁଡ଼ା(ଅଜିତ କୁମାର ନାୟକ): ସୁନ୍ଦର ସ୍ୱାସ୍ଥ୍ୟ ରେସ୍ରେ ସମସ୍ତଙ୍କୁ ପଛରେ ପକାଇ ଟାଇଟଲ୍ ହାସଲ କଲେ ହୋମ୍ଗାର୍ଡ। ପ୍ରତିକୂଳ ପରିସ୍ଥିତି ସହ କଠିନ ପରିଶ୍ରମ ଯୋଗୁ ଏଭଳି ସଫଳତା ପାଇଛନ୍ତି ବାଲିଗୁଡା ଥାନାରେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର। କେବଳ ପୋଲିସ ଡିପାର୍ଟମେଣ୍ଟରେ ନୁହେଁ ବରଂ ସାରା ଜିଲ୍ଲାରେ ତାଙ୍କୁ ନେଇ ଚର୍ଚ୍ଚା।
ଜିମ୍ରେ ଚାଲିଛି ୱାର୍କ ଆଉଟ୍। ବଡି ବିଲଡିଂ ପାଇଁ କଠିନ ପରିଶ୍ରମ। ଆଉ ଏହି କଠିନ ପରିଶ୍ରମ ହିଁ ଆଣି ଦେଇଛି ସଫଳତା। ବାଲିଗୁଡା ଥାନାରେ ହୋମ୍ଗାର୍ଡ ଭାବେ କାର୍ଯ୍ୟରତ ଦିଲୀପ କୁମାର ପାତ୍ର ନିକଟରେ ମିଷ୍ଟର କନ୍ଧମାଳ ୨୦୨୧ ଟାଇଟଲ୍ ହାସଲ କରିଛନ୍ତି। କନ୍ଧମାଳ ଜିଲ୍ଲା ବଡି ବିଲଡିଂ ଏବଂ ୱେଟ୍ ଲିଫ୍ଟିଙ୍ଗ୍ ସଂଘ ପକ୍ଷରୁ ଆୟୋଜିତ ଆନ୍ତଃରାଜ୍ୟ ପ୍ରତିଯୋଗିତାରେ ଭାଗ ନେଇ ସେ ସଫଳତା ହାସଲ କରିଛନ୍ତି। ଆଗକୁ ମିଷ୍ଟର ଓଡିଶା ଟାଇଟଲ ହାସଲ କରିବା ତାଙ୍କର ଲକ୍ଷ୍ୟ।
https://youtu.be/UZlyPUbY1ZI
ବ୍ୟସ୍ତ ବହୁଳ ଚାକିରି ଭିତରେ ବଡିି ବିଲଡିଂ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଦିଲୀପ ସ୍ୱଳ୍ପ ସମୟ ପାଇ ଥାଆନ୍ତି। ଯେତେବେଳେ ଫୁରସତ୍ ମିଳେ ବାଲିଗୁଡାର ମହାବୀର ଜିମ୍କୁ ଯାଇ ସେ ବଡିି ବିଲଡିଂ ପାଇଁ ନିଜକୁ ପ୍ରସ୍ତୁତ କରିଥାଆନ୍ତି। ଆଉ ଶେଷରେ ତାଙ୍କର ଏହି କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି। ସୁନ୍ଦର ସ୍ୱାସ୍ଥ୍ୟ ରେସ୍ରେ ସମସ୍ତଙ୍କୁ ପଛରେ ପକାଇ ଦିଲୀପ ମିଷ୍ଟର କନ୍ଧମାଳ ୨୦୨୧ ଟାଇଟଲ୍ ହାସଲ କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ କନ୍ଧମାଳ ପୋଲିସ୍ ବେଶ୍ ଗର୍ବିତ।