ଭୁବନେଶ୍ୱର: ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି। ବୈଠକ ପରେ ସୂଚନା ଦେଇ ଗୃହ ବିଭାଗ ସଚିବ କହିଛନ୍ତି ଯେ, କୋଭିଡ୍ ୧୯ କଣ୍ଟ୍ରୋଲ ରୁମ୍କୁ ବର୍ତ୍ତମାନ ସୁଦ୍ଧା ୫ ହଜାର ୨ଶହ କଲ ଆସିଛି। ଶହେରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି ପ୍ରଶାସନ ।
ଗୃହ ସଚିବଙ୍କ ସୂଚନା ଅନୁସାରେ, ବାହାର ରାଜ୍ୟରେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ଅଛନ୍ତି । ରାଜ୍ୟ ପାଇଁ ଥିବା ନୋଡାଲ ଅଫିସରମାନେ ରାଜ୍ୟ ସରକାରଙ୍କୁ ଏନେଇ ରିପୋର୍ଟ ଦେଉଛନ୍ତି। ଶହେରୁ ଅଧିକ ଏକତ୍ରିତ ଥିବା ୨୩୦ଟି ଓଡ଼ିଆ ଗ୍ରୁପ ଚିହ୍ନଟ ହୋଇଛି । ଏନସିଆର, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଅଛନ୍ତି ବୋଲି କହିଛନ୍ତି ଗୃହ ସଚିବ ସଂଜୀବ ଚୋପ୍ରା।