ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର

ମାଲକାନଗିରି: ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନାର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାୟ ୭୦ରୁ ଅଧିକ ଲୋକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତାଦେଇ ଭାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ବାଲିମେଳା-ମାଥିଲି ରାସ୍ତାରେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଯେଉଁଥିରେ ଜଣେ ହୋମ୍‌ଗାର୍ଡ ଗୁରୁତର ଆହତ ହୋଇଛନ୍ତି।

ଅନ୍ଧାର ରାତି ଥିବାରୁ ଗଞ୍ଜେଇ ଚାଲାଣ କରୁଥିବା ଏହି ଲୋକମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ମାଲକାନଗିରି ଏସ୍‌ପି ମାଥିଲିରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like