ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଗଞ୍ଜେଇ ମାଫିଆ

ମାଲକାନଗିରି: ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଗଞ୍ଜେଇ ମାଫିଆ। ଏଥିରେ ଗୁରୁତର ଅବସ୍ଥାରେ ହୋମଗାର୍ଡ ଟୁନା ବୈରାଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ସଂଧ୍ୟାରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର କାଙ୍କରପଡ଼ା ଛକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା। ଏଣୁ ସ୍ଥାନୀୟ ପୁଲିସ ସହ ଅବକାରୀ ବିଭାଗ ସେଠାରେ ପହଞ୍ଚି ଚେକିଂ କରୁଥିଲା। ଏତିକିବେଳେ ବିପରୀତ ଦିଗରୁ ଗୋଟିଏ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ମାଡ଼ି ଆସୁଥିବା ଦେଖି ତାକୁ ଟୁନା ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରାକ୍ଟର ଡ୍ରାଇଭର ଜଣକ ନ ଅଟକାଇ ଟୁନାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲା।

ଏଥିରେ ଟୁନାଙ୍କ ଅଣ୍ଟା ଭାଙ୍ଗି ଯାଇଛି। ତାଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୁଲିସ ଗାଡ଼ିକୁ ପିଛା କରି ୩ ଜଣଙ୍କୁ ଧରିଛନ୍ତି। ହେଲେ ଡ୍ରାଇଭର ଫେରାର ହୋଇଯାଇଛି।

You might also like