• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ଭୁବନେଶ୍ୱରରେ ୩୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଅନେକ ଅଞ୍ଚଳକୁ ଆବଦ୍ଧ କରାଯାଇଛି। ସାରା ସହରରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। ତଥାପି ମାନୁ ନାହାନ୍ତି ଲୋକେ। ତେଣୁ ଲୋକ କିପରି ଘରୁ ନ ବାହାରିବେ  ସେଥିପାଇଁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ରିଛି BMC।

ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ BMC ।  ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ ହୋମ୍ ଡେଲିଭରି ସୁବିଧା ଯୋଗାଇ ଦେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏଥିପାଇଁ ୧୨୦ଟି ମୋବାଇଲ୍ ଭ୍ୟାନ୍ କାର୍ଯ୍ୟକାରୀ କରୁଥିବା ବେଳେ ଆଜି ୨୦୦ ମୋବାଇଲ ଭ୍ୟାନ୍ ମାଧ୍ୟମରେ ହୋମ୍ ଡେଲିଭରି ସୁବିଧା କରାଯିବ ବୋଲି ସୂଚନା ଦେଇଛି ବିଏମସି।  ଏଥିପାଇଁ ଫୋନ୍ ନମ୍ବର ସହ ମୋବାଇଲ୍ ଭ୍ୟାନ୍ ତାଲିକା ପ୍ରକାଶ କଲା BMC ।

ବିଏମସିର ହେଲପ୍ ଲାଇନ୍ ନମ୍ବର ୧୯୨୯ ଓ ପୋଲିସର ହେଲପ ଲାଇନ୍ ନମ୍ବର ୧୦୦ ମାଧ୍ୟମରେ ଲୋକେ ଯୋଗାଯୋଗ କରିପାରିବେ। ତେବେ ହୋମ୍ ଡେଲିଭରି ପାଇବାରେ ଅସୁବିଧା ହେଲେ ଲୋକେ ଏହି ନମ୍ବରରେ ଫୋନ୍ କରିବାକୁ ଅନୁରୋଧ କରାଯାଇଛି।  ଅନ୍ୟପଟେ ଆଜି କିଛି କିଛି ସ୍ଥାନରେ ଗ୍ରୋସରୀ ପାଇବାରେ ଲୋକଙ୍କୁ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି।

ସହରର ବିଭିନ୍ନ ସ୍ଥାନରେ ବସୁଥିବା ହାଟରେ ମଧ୍ୟ ଲୋକ ଭିଡ ହେଉଛି। ଏହାକୁ ଦୃଷ୍ଟିରେ ରଖି  ନୂଆ ଜାଗାରେ ଡେଲି ମାର୍କେଟ୍ ବସିବ ବୋଲି ବିଏମସି କହିଛି । ଏଥିପାଇଁ ୬୮ଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି । ଚିହ୍ନଟ ସ୍ଥାନ ବ୍ୟତୀତ ବ୍ୟବସାୟୀ ଅନ୍ୟ କୌଣସି ସ୍ଥାନରେ ବସିପାରିବେନି ବୋଲି ବିଏମସି ପକ୍ଷରୁ କୁହାଯାଇଛି।ଏହାସହିତ ଦୋକାନ ଗୁଡିକ ସାମ୍ନାରେ ଯେପରି ସାମାଜିକ ଦୂରତ୍ୱକୁ ଲୋକେ ମାନିବେ, ତାଉପରେ ଦୃଷ୍ଟି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

 

 

 

Home-delivery-services-will-start-in-bhubaneswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories