ରାଉରକେଲାରେ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ବିରୋଧ

ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ଅସନ୍ତୋଷ। ଏହାର ସମାଧାନ ଲାଗି ମ୍ୟୁନିସିପାଲ ଲାଇବ୍ରେରୀ ହଲ୍‌ରେ ଟ୍ୟାକ୍ସ ଦାତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା।

ହେଲେ ହୋହଲ୍ଲା ଲାଗି କିଛି ସମୟ ଚାଲିବା ପରେ ଶୁଣାଣି ବନ୍ଦ ହୋଇଯାଇଥିଲା। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ବନ୍ଦ ପରେ ଆଲୋଚନା କରାଯିବା ନେଇ ଦାବି କରିଥିଲେ।

ଏବେ ନିର୍ବାଚିତ କାଉନସିଲ ନଥିବାରୁ କମିଶନର ହୋଲଡିଂ ଟ୍ୟାକ୍ସ ବଢ଼ାଇଥିବାରୁ ଏହ ବେଆଇନ ବୋଲି କୁହାଯାଇଛି। ତେବେ ଲୋକଙ୍କ ବିଚାରକୁ ନେଇ ଆସନ୍ତା ୨୧ ତାରିଖରୁ ପ୍ରତି ୱାର୍ଡରେ ଜନ ଶୁଣାଣି କରାଯାଇ ଲୋକଙ୍କ ଅଭିଯୋଗ ଶୁଣାଯିବାକୁ କହିଛନ୍ତି ରାଉରକେଲା ମହାନଗର ନିଗମର କମିଶନର।

ଆବାସିକ ଘର ମାଲିକଙ୍କୁ ନିଜ ତରଫରୁ ହୋଲଡିଂର ସ୍ଥିତି ଘୋଷଣା କରିବାର ସୁଯୋଗ ଦିଆଯିବା ସହ ବ୍ୟବସାୟିକ ଉଦ୍ଦେଶ୍ୟରେ ଯେଉଁମାନେ ଘରକୁ ବ୍ୟବହାର କରୁଥିବେ ତାର ପୁନଃଆକଳନ କରାଯିବାକୁ କମିଶନର କହିଛନ୍ତି।

You might also like