ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଟିକେଟ୍‌ କଳାବଜାରୀ ଅଭିଯୋଗ

ଭୁବନେଶ୍ୱର: ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ସମାରୋହ ଟିକେଟ୍‌ ଖୋଲାଖୋଲି କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ୧୦୦ଟଙ୍କା ଟିକେଟ୍‌କୁ ୨ହଜାର, ୫ଶହ ଟଙ୍କା ଟିକେଟ୍‌କୁ ୫ରୁ ୧୦ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଅଭିଯୋଗ ଆଣିଛନ୍ତି ଦର୍ଶକ।

ଏନେଇ ଏକ ମୋବାଇଲ ଭିଡିଓ ସାମ୍ନାକୁ ଆସିଛି। କଳିଙ୍ଗ ଷ୍ଟାଡିୟମର ୪ନମ୍ବର କାଉଣ୍ଟରରେ ଖୋଲାଖୋଲି ଭାବେ ଟିକେଟ୍‌ ଅଧିକ ଦାମରେ ବିକ୍ରି ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

କାଉଣ୍ଟରରେ ଥିବା କିଛି କର୍ମଚାରୀ ଏଥିରେ ସାମିଲ ଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ହକି ଇଣ୍ଡିଆ ଓ କଳିଙ୍ଗ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

You might also like