ଆଜି ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ର ଦ୍ୱିତୀୟ ଉଦ୍‌ଘାଟନୀ ସମାରୋହ

କଟକ: ଆଜି ବାରବାଟୀ ଷ୍ଟାଡିୟମରେ ହେବ ହକି ବିଶ୍ୱକପ୍‌ର ଦ୍ୱିତୀୟ ଉଦ୍‌ଘାଟନୀ ସମାରୋହ। ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନ ଏଥିରେ ଯୋଗ ଦେବେ। ଏନେଇ ସଲମାନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ଏଥିସହ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ୍‌ ମଧ୍ୟ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ଷ୍ଟେଜ୍‌ଠାରୁ ଆରମ୍ଭ କରି ଦର୍ଶକ ଗ୍ୟାଲେରୀ ପର୍ଯ୍ୟନ୍ତ ସବୁ କିଛି ପ୍ରସ୍ତୁତ ଶେଷ ହୋଇଛି।

ବାରବାଟୀରେ ୩୫ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ସହ ୩ଶହ ଅଫିସର ନିୟୋଜିତ ହେବେ।  ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ବଳୟ ଭିତରେ ରହିବ ବାରବାଟୀ।

ଅପରାହ୍ନ ୨ଟା ୩୦ରୁ ଷ୍ଟାଡିୟମ ଗେଟ୍‌ ଖୋଲାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ। ତେବେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ ପାଣି ବୋତଲ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, କଏନ୍‌, ମିରର୍‌, କ୍ୟାମେରା ଆଦି ନେଇ ପାରିବେ ନାହିଁ। କେବଳ ମହିଳାମାନେ ବ୍ୟାଗ୍‌ ନେଇ ପାରିବେ ବୋଲି ପୁଲିସ୍‌ କମିଶନର କହିଛନ୍ତି।

You might also like