ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ହକି ବିଶ୍ୱକପ୍ ଲଢ଼େଇ। ପ୍ରଥମ ଦିନରେ ଆୟୋଜକ ଭାରତ, ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ।
ସେହିପରି ଉଦ୍ଘାଟନୀ ମ୍ୟାଚ୍ରେ କାନାଡ଼ା ଓ ବେଲ୍ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଅପରାହ୍ନ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ୍ ଫିନାଲେ।
ସେପଟେ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କୋଚ୍ ହରେନ୍ଦ୍ର ସିଂ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ ହରେନ୍ଦ୍ର ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ଲୋଡ଼ିଥିଲେ। ଏଥିସହ ଟିମ୍ ଇଣ୍ଡିଆର ବିଜୟ ମଧ୍ୟ କାମନା କରିଥିଲେ।