• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଜମି ଆସୁଛି ବିଶ୍ୱକପ୍ ହକିର ଫିଭର୍‌। ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ ଲାଗି  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ତେଣେ ଓଡ଼ିଶାରେ ପ୍ରଥମ ଥର ଲାଗି ପାଦ ଥାପିଛନ୍ତି ବିଶ୍ୱକପ ହକି ଆନ୍ଥେମର ଶ୍ରଷ୍ଠା ତଥା ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ।

୨୭ ଓ ୨୮ ତାରିଖ ଉଦ୍‌ଘାଟନୀ ଉତ୍ସବର ପ୍ରସ୍ତୁତି ଲାଗି ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ହକି ବିଶ୍ୱକପ୍ ଆନ୍ଥେମ୍‌କୁ ଉନ୍ମୋଚନ କରିଛନ୍ତି।

ଏହି ଆନ୍ଥେମ୍‌କୁ ପ୍ରସିଦ୍ଧ ଗୀତିକାର ଗୁଲ୍‌ଜାର ଗୀତ ଲେଖିଥିବା ବେଳେ ନିଜେ ରେହମାନ କଣ୍ଠଦାନ କରିଛନ୍ତି। ଏହାକୁ ପ୍ରସ୍ତୁତ କରିବା ଲାଗି ରେହମାନଙ୍କୁ ପ୍ରାୟ ୩ ମାସ ସମୟ ଲାଗିଛି। ଓଡ଼ିଶା, ମୁମ୍ବାଇ, ଚେନ୍ନାଇ ସମେତ ଅନ୍ୟ କିଛି ସ୍ଥାନରେ ଏହାର ପିକ୍‌ଚରାଇଜେସନ୍ କରାଯାଇଛି। ୨୭ ତାରିଖ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମ୍‌ରେ ଓ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଉଦ୍‌ଘାଟନୀ ଉତ୍ସବରେ ରେହମାନ ସଂଗୀତ ପରିବେଷଣ କରିବେ।

ଅନ୍ୟପଟେ ବିଶ୍ୱକପ୍ ହକିରେ ଭାଗ ନେବାକୁ ଥିବା ୧୬ଟି ଦଳ ମଧ୍ୟରୁ ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, ଫ୍ରାନ୍‌ସ, ଚୀନ ଏବଂ ସ୍ପେନ୍‌ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ତେବେ ଆଜି ରାତିରେ ଇଂଲଣ୍ଡ୍ ଓ  ନ୍ୟୁଜିଲ୍ୟାଣ୍ଡ୍ ଦଳ ଭୁବନେଶ୍ୱରରେ ପହଞ୍ଚିବେ।

ଖେଳାଳୀଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସେମାନଙ୍କ ଲାଗି ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା ମଧ୍ୟ ହେଉଛି।

ବିଶ୍ୱକପ୍‌ ହକି ପୂର୍ବରୁ ଦଳ ଓ ବିଦେଶୀ ଅତିଥିଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ସ୍ୱତନ୍ତ୍ର ଏୟାର୍‌ପୋର୍ଟ ଥାନା ଉଦ୍‌ଘାଟନ ହେବ। ଏଥି ସହିତ ସହରର ବିଭିନ୍ନ ସ୍ଥାନରେ ୩୦ଟି ସେମି ମଡ୍ୟୁଲାର୍ ଟଏଲେଟ୍‌ ଏବଂ ୩୦ଟି ସେମି ଅଟୋମେଟିକ୍‌ ଟଏଲେଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

https://youtu.be/rHdAg6mxtx8

Hockey-world-cup-jai-hind-hind-jai-india-from-rahman-with-love-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories