ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ୱର: ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବର ଟିକଟ କଳାବଜାରି ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କ ନାଁରେ ଏତଲା ହୋଇଛି। ଶହେ ଟଙ୍କିଆ ଟିକଟ ହଜାରେ ଟଙ୍କାରେ ଓ ୫ ଶହ ଟଙ୍କିଆ ଟିକଟ ୪ ହଜାର ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ କରି ଏହି ଏତଲା ଦିଆଯାଇଛି।
ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ଏହି ଏତଲା ଦେଇଛନ୍ତି କିଛି ସୂଚନା ଅଧିକାର ଓ ସାମାଜିକ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଅନ୍ ଲାଇନ୍ରେ ଟିକେଟ ମିଳିବ ବୋଲି କୁହାଯାଇଥିଲେ ବି ତାହା ମିଳିନଥିଲା। ଲୋକେ ବାଧ୍ୟ ହୋଇ କାଉଣ୍ଟର୍ ପାଖକୁ ଆସି ଟିକେଟ କିଣିଥିଲେ।
କିନ୍ତୁ ଦେଖିବା ବେଳକୁ ଟିକେଟ କଳାବଜାରି ପାଇଁ ସଚିବଙ୍କ ଦ୍ୱାରା ଦଲାଲ ନିଯୁକ୍ତ କରାଯାଇଥିଲା। ସଚିବଙ୍କ ଇଙ୍ଗିତରେ କୋଟି କୋଟି ଟଙ୍କାର ସ୍କାମ୍ ହୋଇଥିବା ଏତଲାକାରୀ ଅଭିଯୋଗ କରିଛନ୍ତି।
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ସେମାନେ ଆବେଦନ କରିଛନ୍ତି।