ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ
ଭୁବନେଶ୍ୱର: ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ନମିତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ IMPACT ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ଭାରୋତ୍ତଳକ ସ୍ନେହା ସୋରେନ ଓ ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ମିଳିଛି। ଏମାନଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ସହ ମାନପତ୍ର ଦିଆଯାଇଛି। କରୋନା ମହାମାରୀ ସ୍ଥିତିରେ କୋଭିଡ୍ କଟକଣା ସହ ଆୟୋଜିତ ହୋଇଥିଲା। ପୁରସ୍କାର ପ୍ରଦାନ ଉତ୍ସବ ଭର୍ଚୁଆଲରେ IMPACT ଟ୍ରଷ୍ଟି ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କାର୍ଯ୍ୟକ୍ରମରେ ସାମିଲ ହୋଇ ନମିତା ଟପ୍ପୋ ଓ ଦୁଇ ଉପବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। IMPACT ପକ୍ଷରୁ ୧୯୯୩ ମସିହାରୁ ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇ ଆସୁଛି।
୨୮ତମ ଏକଲବ୍ୟ ପୁରସ୍କାର ପାଇଲେ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ #EkalavyaAward #odisha pic.twitter.com/M81KPM60Ws
— ଓଟିଭି (@otvkhabar) December 27, 2020
ଗତ ନଭେମ୍ବର ୮ରେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ନାଁ ଘୋଷଣା କରାଯାଇଥିଲା। ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଥିଲା।
- ୨୦୧୯ର ଏକଲବ୍ୟ ବିଜେତା କିଏ ?
ସେହିପରି ଗତବର୍ଷ ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲ୍ଲି ଦଳବେହେରାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର। କମନ୍ୱେଲଥ ସ୍ୱର୍ଣ୍ଣ ପଦକ ବିଜେତା ରେସଲର ବବିତା ଫୋଗଟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଙ୍କୁ ସମ୍ମାନିତ କରିଥିଲେ।
ଏହାସହ ରାଜ୍ୟର ଅନ୍ୟ ଦୁଇ କ୍ରୀଡ଼ାବିତଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ଫୁଟବଲ ତାରକା ଯବାମଣି ଟୁଡୁ ଓ ହକି ତାରକା ନମିତା ଟପ୍ପୋ। କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରତିବର୍ଷ ଇମ୍ଫା ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଏ।