ନମିତା ଟପ୍ପୋ ପାଇବେ ‘ଏକଲବ୍ୟ’

ଭୁବନେଶ୍ୱର: ୨୦୨୦ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ନମିତା ଟପ୍ପୋ ୨୮ ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା ହୋଇଛି। ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି।

ଆନ୍ତର୍ଜାତୀକ ପ୍ରତିଯୋଗିତାରେ ଭାରତରୁ ନମିଟା ଟପ୍ପୋ ପ୍ରତନିଧ୍ୱତ୍ୱ କରି ସମ୍ମାନ ଆଣିଛନ୍ତି। ଆଗାମୀ ପୁରସ୍କାର ବିତରଣୀ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ଦିଆଯାଇ ସମ୍ମାନିତ କରାଯିବ।

ସେହିପରି ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଉପବିଜେତା ହୋଇଛନ୍ତି। ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ମଧ୍ୟ ଉପବିଜେତା ହୋଇଛନ୍ତି। ସ୍ନେହା ଓ ଋତୁପର୍ଣ୍ଣା ପୁରସ୍କାର ବାବଦରେ ୫୦ ହଜାର ଲେଖାଏଁ ପାଇବେ। ଇମ୍ଫାକ୍ଟ ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ୧୯୯୩ ମସିହାରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଆସୁଛି।

You might also like