ବିବାହ ବନ୍ଧନରେ ଆବଦ୍ଧ ହେଲେ HIV ଆକ୍ରାନ୍ତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ରବିନ୍ଦ୍ର ଆଉ ପଦ୍ମା ଜନ୍ମରୁ HIV ଆକ୍ରାନ୍ତ। ହେଲେ ଆଜି ସେହିି ଭୟଙ୍କର ଭୂତାଣୁକୁ ପଛରେ ପକାଇ ପରସ୍ପରର ଉଭୟେ ହାତ ଧରିଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏଚ୍‌ଆଇଭି ଆକ୍ରାନ୍ତ। ଗଞ୍ଜାମ ଜିଲ୍ଲା ଗୋପାଳପୁରର ଶ୍ରଦ୍ଧା ସଞ୍ଜୀବନି ଗୃହରେ ଅନୁଷ୍ଠିତ ହୋଇଛି। ଏହି ନିଆରା ବିବାହ ଆଉ, ଏହି ବିବାହର ସାକ୍ଷୀ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନଫରେନ୍ସିଂରେ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଛନ୍ତି ଏବଂ ଭୁବନେଶ୍ୱର ଆସି ସାକ୍ଷାତ କରିବାକୁ ନିମନ୍ତ୍ରଣ କରିଛନ୍ତି।

HIV ଆକ୍ରାନ୍ତ ବାପା-ମାଆଙ୍କ ମୃତ୍ୟୁ ପରେ ରବିନ୍ଦ୍ର ଓ ପଦ୍ମା, ଶ୍ରଦ୍ଧା ସଞ୍ଜୀବନି ଗୃହରେ ରହି ବଢିଥିଲେ। ପାଠ ପଢି ହାଇଦ୍ରାବାଦରେ ଚାକିରି ମଧ୍ୟ କରିଥିଲେ। ପରେ ଉଭୟେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିଲେ। HIVକୁ ନଡରି ସମୟରେ ଔଷଧ ଖାଇ ସୁସ୍ଥ ରହିବାକୁ ଅନ୍ୟମାନଙ୍କୁ ରବିନ୍ଦ୍ର ଓ ପଦ୍ମା ପରାମର୍ଶ ଦେଇଛନ୍ତି।

ଆମେ ବୁଝିବା ଦରକାର ଯେ, ଆମେ ବିବାହ କରୁଛେ, ରୋଗକୁ ଭୟ କରିବା କିନ୍ତୁ ରୋଗୀକୁ ନୁହେଁ। ମୁଁ ଏହି ସନ୍ଦେଶ ଦେବାକୁ ଚାହୁଁଛି। 
-ରବିନ୍ଦ୍ର, ବର
ପିଲାଦିନରୁ ଆମେ ସାଥୀ ହୋଇ ରହିଛୁ। ପିଲାଟି ଦିନରୁ ଆମେ ଦୁହେଁ ଦୁହିଁକୁ ଭଲପାଉ। ଶେଷରେ ଆମ ପ୍ରେମକୁ ସଫଳ କରିବା ପାଇଁ ବିବାହର ନିଷ୍ପତ୍ତି ନେଲୁ।
-ଏସ୍ ପଦ୍ମା, କନ୍ୟା
ଏହି ଦୁଇ ଜଣଙ୍କ ବିବାହ ଏକ ଉଦାହରଣ ସୃଷ୍ଟି ହୋଇଛି। ଆମେ ସମସ୍ତଙ୍କୁ ସମାନତା ଅଧିକାର ଦେବା କଥା। ତାଙ୍କ ଭିତରେ ଯେଉଁ ଶକ୍ତି ସାମର୍ଥ ରହିଛି, ତାହା ଆଗକୁ ଆସିବା କଥା। ଏମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି। 
-ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲାପାଳ, ଗଞ୍ଜାମ 

You might also like