ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କକୁ ରିମାଣ୍ଡରେ ଆଣିବ କମିଶନରେଟ ପୁଲିସ
ଭୁବେନଶ୍ୱର: ରିମାଣ୍ଡରେ ହାଇଟେକ୍ ଲୁଟେରା ସଞ୍ଜୟ ନିଶଙ୍କ। ଲୁଟ୍ ଘଟଣାର ଖୋଳତାଡ଼ ପାଇଁ କମିଶନରେଟ ପୁଲିସ୍ ନିଶଙ୍କକୁ ୪ ଦିନିଆ ରିମାଣ୍ଡରେ ଆଣିବ। ସଞ୍ଜୟ କେଉଁ କେଉଁ ଚୋରିରେ ସଂପୃକ୍ତ ରହିଛି ଆଉ ଚୋରି ବେଳେ କେଉଁ ଟେକ୍ନିକ୍ ଆପଣାଉଥିଲା ରିମାଣ୍ଡ ସମୟରେ ସେନେଇ ପୁଲିସ୍ ଖୋଳତାଡ଼ କରିବ।
ବିବିଏ ଛାତ୍ରରୁ ହାଇଟେକ୍ ଚୋର ପାଲଟିଥିବା ସଞ୍ଜୟ ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ହେଲ୍ମେଟ୍ ପିନ୍ଧି ଚୋରି କରୁଥିଲା। ବିଶେଷତଃ ଛୁଟିଦିନ, ପର୍ବପର୍ବାଣୀ ଓ ଆଉ ସନ୍ଧ୍ୟା ସମୟରେ ସଞ୍ଜୟ ହେଲ୍ମେଟ୍ ଭିତରେ ମୁହଁ ଲୁଚାଇ ଘରେ କଳାକନା ବୁଲାଉଥିଲା। ଦେଢ଼ବର୍ଷ ଭିତରେ ସଞ୍ଜୟ ପ୍ରାୟ ୬୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ଲୁଟିଥିଲା। ଗତ ୨୬ ତାରିଖରେ କମିଶନରେଟ ପୁଲିସ୍ ତାକୁ ଧରିବାରେ ସକ୍ଷମ ହୋଇଥିଲା।