ଖୋଲିଲା ହୀରାକୁଦ ଜଳଭଣ୍ଡାର ଗେଟ୍‌

ସମ୍ବଲପୁର: ପାରମ୍ପରିକ ପୂଜାର୍ଚ୍ଚନା ପରେ ଖୋଲିଛି ହୀରାକୁଦ ଡ୍ୟାମ୍‌ ଗେଟ୍‌। ନିଷ୍କାସିତ ହୋଇଛି ଚଳିତବର୍ଷର ପ୍ରଥମ ବନ୍ୟାଜଳ ।  ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା। ପରେ ପରେ ଆଉ ୪ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।

ଉପରମୁଣ୍ଡରେ ବର୍ଷା ଯୋଗୁ ଜଳସ୍ତର ବଢି ଚାଲିଥିବାରୁ ଗେଟ୍ ଖୋଲା ଯାଇଛି । ଏହା ପୂର୍ବରୁ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି ।

ସୂଚନାଥାଉ କି, ହୀରାକୁଦ ଜଳଭଣ୍ଡାରରେ ୬୧୬ ଫୁଟ ଜଳ ଥିବାବେଳେ ଏହାର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଛି।

 

ଆହୁରି ପଢ଼ନ୍ତୁ

You might also like