ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

ରାୟଗଡ଼ା: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍‌। ରେଳ ଧାରଣାରେ ଫାଟ ଦେଖିବା ପରେ ସିଗ୍‌ନାଲ୍ ମ୍ୟାନ୍‌ ଟ୍ରେନ୍‌ଟିକୁ ଅଟକାଇ ଥିଲେ। ଏହାପରେ ରେଳ ଧାରଣା ମରାମତି ପରେ ଘଣ୍ଟାଏ ବିଳମ୍ବରେ ଟ୍ରେନ୍‌ଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି।

ସୂଚନା ଅନୁସାରେ, ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ହୋଇଥିଲା। ତେବେ ଟ୍ରାକ୍ ପାଖରେ ଥିବା ସିଗ୍‌ନାଲ୍‌ ମ୍ୟାନ୍‌ ଏହା ଦେଖି ସୂଚନା ଦେଇଥିଲେ।

ଫଳରେ ଆଜି ଭୋର ୬ଟା ବେଳେ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ୍‌କୁ ସିଙ୍ଗାପୁର ରୋଡ଼ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ଫଳରେ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି।

You might also like