• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର:(ରିପୋର୍ଟ-ଆଲୋକ ମହାନ୍ତି)  କିଡନୀ ଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୁକ୍ତ ହିଂମାଶୁ ଭୂଷଣ ନନ୍ଦଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ହିଂମାଶୁଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ କମିଶନରରେଟ ପୋଲିସ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ  ବୋଲି ସୂଚନା ଦେଇଛନ୍ତି ଡ଼ିସିପି ଉମାଶଙ୍କର ଦାଶ। ଉମାଶଙ୍କର କହିଛନ୍ତି ଯେ, ଅଭିଯୁକ୍ତ ହିଂମାଶୁକୁ ରିମାଣ୍ଡରେ ଆଣି କିଡନୀ ଠକ ଲିଙ୍କର ଖୋଲତାଡ କରିବ ପୋଲିସ। ଏଥିସହ ହିମାଂଶୁ ସହ ଆଉ କେତେ ଲୋକ କିଡନୀ ଠକେଇ ଲିଙ୍କରେ ସଂପୃକ୍ତ ଅଛନ୍ତି କମିଶନରେଟ୍ ପୋଲିସ ତାହାକୁ ନେଇ ମଧ୍ୟ ତଦନ୍ତ କରୁଛି।

ତେବେ କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିସାରିଛି କମିଶନରେଟ୍ ପୋଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର ଚୁନ ଲଗାଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ ଠକିଛି ୩ଲକ୍ଷ ୧୯ ହଜାର। ତେବେ ଏନେଇ କିଡନୀ ଆଶାୟୀ  ଅଭିଯୋଗ କରିବା ପରେ ନୟାପଲ୍ଲୀ ପୋଲିସ ହିମାଂଶୁକୁ ଗିରଫ କରିବା ସହ ଘଟଣାର ଖୋଳତାଡ କରୁଛି।

ନକଲି, ଜାଲି , ପୁରା ୪୨୦। ଲୋକଙ୍କ ଦୁର୍ଦ୍ଦିନର ସୁଯୋଗ ନେଇ ସେମାନଙ୍କୁ ଚୁନ ଲଗାଇବା ଲାଗି ସୁଚିନ୍ତିତ ବ୍ଲୁପ୍ରିଣ୍ଟ କିଡନୀ ଯୋଗାଣ ଆଳରେ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ମାଷ୍ଟରମାଇଣ୍ଡକୁ ବାନ୍ଧିଛି କମିଶନରେଟ ପୋଲିସ। ଅଭିଯୁକ୍ତ ହେଲା ଭୁବନେଶ୍ୱର ଉତ୍ତରା ଅଞ୍ଚଳରେ ରହୁଥିବା ପଟାମୁଣ୍ଡାଇର ହିମାଂଶୁ ନନ୍ଦ। କିଡନୀ ପ୍ରତିରୋପଣ ଲାଗି ଆବଶ୍ୟକ ହେଉଥିବା ସବୁ  ଡକ୍ୟୁମେଣ୍ଟ ଉପରେ ଦେଖିବାକୁ ସିନା ଅସଲି, ହେଲେ ପ୍ରକୃତରେ ପୁରା ନକଲି। ଆଉ ଏଭଳି ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ  ଠକିବାର ଜାଲ ବିଛାଇଥିଲା ହିମାଂଶୁ

କିଡନୀ ଯୋଗାଇ ଦେବାକୁ ସେ ବାଲେଶ୍ୱର ରୁପସା ଅଞ୍ଚଳର ପ୍ରତାପ ମିଶ୍ରଙ୍କଠୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ଠକିଛିି ୩ଲକ୍ଷ ୧୯ହଜାର। ତେବେ କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଛି।

ପ୍ରତାପ ଓ ତରୁଲତାଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ହିମାଂଶୁକୁ ଗିରଫ କରିିଥିଲା। ତେବେ ସେ କିଭଳି କିଡନୀ ଆଶାୟୀଙ୍କ ସଂପର୍କରେ ଆସୁଥିଲା ଓ ସେମାନଙ୍କ ବିଶ୍ୱାସ ଜିତି ଲକ୍ଷ ଲକ୍ଷ ଟଙ୍କା ଖସେଇ ନେବାରେ ସଫଳ ବି ହେଉଥିଲା ତାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି। ପୋଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା। ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା।

Hingmashu-will-be-remanded-in-custody-by-the-commissionerate-of-police
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories