ହିନ୍ଦୁ-ମୁସଲିମ ମିଶି କଲେ ମା’ ଦୁର୍ଗାଙ୍କ ପୂଜା

ବାରିପଦା: ଆନନ୍ଦ, ଉଲ୍ଲାସର ସହ ପାର୍ବଣ ପାଳନ ନ ହେଲା ନାହିଁ। ଦଶଭୂଜାଙ୍କ ଆବାହନରେ କିନ୍ତୁ କୌଣସି କମି ନାହିଁ।  ଭକ୍ତିମୟ ପରିବେଶରେ ପୂଜା ମଣ୍ଡପ ଓ ପୀଠରେ କୋଭିଡ ନିୟମ ମାନି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏ ଦୃଶ୍ୟ ହେଉଛି ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାର ସାର୍ବଜନୀନ ଦୁର୍ଗାପୂଜାର।

୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟ କୋହିନୁର ଇସଲାମ। ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ ଘଟ। ଆଉ ପ୍ୟାଣ୍ଡେଲ ରେ ଲାଗିଛି ମା’ଙ୍କ ପ୍ରତିମାର ଫୋଟଚିତ୍ର। ୩୫ବର୍ଷ ଧରି କାର୍ତ୍ତାୟାନୀ ବେଶରେ ପୂଜା ପାଇଥାନ୍ତି ମହାଦେବୀ।

ଆହୁରି ପଢ଼ନ୍ତୁ

You might also like