ହିନ୍ଦୀ ଅଧ୍ୟାପକ ଶେଖ ସଈଦଙ୍କ ଦେହାନ୍ତ

ଆସ୍କା: ଜଣାଶୁଣା ହିନ୍ଦୀ ଓ ଓଡ଼ିଆ ଲେଖକ ଏସ୍.କେ ସଈଦଙ୍କ କରୋନାରେ ମୃତ୍ୟୁ ଘଟିଛି। ସାହିତ୍ୟ ପ୍ରତି ସଈଦଙ୍କ ଅନେକ ଅବଦାନ ରହିଛି। ତାଙ୍କ ସମ୍ପାଦନାରେ ହିନ୍ଦୀ ପତ୍ରିକା ‘ଆପ୍‌ନା ପାଇଗମ’ ପ୍ରକାଶିତ ହୋଇ ସମଗ୍ର ଦେଶର ଧ୍ୟାନ ଆକର୍ଷଣ କରିଥିଲା। ଏସ୍.କେ ସଈଦ ଅନେକ ଓଡ଼ିଆ ଲେଖାକୁ ହିନ୍ଦୀରେ ଅନୁବାଦ କରି ବିଭିନ୍ନ ହିନ୍ଦୀ ପତ୍ରିକାରେ ପ୍ରକାଶିତ କରିଛନ୍ତି। ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇଛି। ସେ ଆସ୍କା ବିଦ୍ୟାଳୟରେ ହିନ୍ଦୀ ପ୍ରଧ୍ୟାପକ କାର୍ଯ୍ୟ କରୁଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସେ ଜଣାଶୁଣା। ଅତି ନିରୀହ, ଛନ୍ଦକପଟ ଶୁନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ଏସ୍‌.କେ ସଈଦଙ୍କ ନିଧନରେ ସାହିତ୍ୟ ଜଗତରେ ବ୍ୟାପକ କ୍ଷତି ଘଟିଛି।

ଏସ୍‌.କେ ସଈଦ ବିଶିଷ୍ଟ ଉର୍ଦ୍ଦୁ କବି କରାମତ ଅଲ୍ଲୀ କରାମତଙ୍କ ଜାମାତା। ସେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିବା ସହିତ ବହ୍ମପୁର ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ଲାଭ କରିଛନ୍ତି। ହିନ୍ଦୀ ଭାଷାର ପ୍ରଚାର ଏବଂ ପ୍ରସାର ଦିଗରେ ତାଙ୍କ ଅବଦାନ ଅତୁଳନୀୟ। ଡକ୍ଟର ଏସ୍.କେ ସଈଦଙ୍କ ବିୟୋଗ ଅନେକ ସାହିତ୍ୟକଙ୍କୁ ମର୍ମାହତ କରିଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like