ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର: ଗିରଫ ହେଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର କୋଟିପତି ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଗତକାଲି ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ।  ଶିକ୍ଷକଙ୍କ ଆୟର ଉତ୍ସ ସମ୍ପର୍କରେ ଭିଜିଲାନ୍ସ ପଚରାଉଚରା କରିଥିଲା।

ଭୁବନାନନ୍ଦ କିଛି ଅର୍ଥ ବ୍ୟାଙ୍କରୁ ଋଣ କରିଥିବା ଦର୍ଶାଇଥିଲେ ମଧ୍ୟ ତାହା ଯଥେଷ୍ଟ ନଥିବା ଜଣାପଡିଛି। ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି। ବ୍ରହ୍ମପୁରରେ ୨ଟି ଘର, ଭୁବନେଶ୍ୱରରେ ଏକ ଫ୍ଲାଟ ଆପାର୍ଟମେଣ୍ଟ , ବ୍ରହ୍ମପୁରରେ ୧୦ଟି ପ୍ଲଟ ସହ  ପୁରୀ, ଗୋପାଳପୁରରେ ଆପାର୍ଟମେଣ୍ଟରେ ଫ୍ଲାଟ ଥିବା ଜଣାପଡିଥିଲା।

You might also like