ସରକାରଙ୍କ ସତ୍ୟପାଠ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଶିକ୍ଷକଙ୍କୁ ନିୟମିତ କରିବାକୁ ସରକାର ଅାହ୍ୱାନ କରିଥିଲେ ସତ୍ୟପାଠ

ଭୁବନେଶ୍ୱର : ଶିକ୍ଷକଙ୍କୁ ନିୟମିତ କରିବାକୁ ସରକାର ଅାହ୍ୱାନ କରିଥିବା ସତ୍ୟପାଠକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହା ଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଅାରେ ସତ୍ୟପାଠ ଅାହ୍ୱାନ କରିଥିଲେ। ତେବେ ସତ୍ୟପାଠରେ ଯେଉଁ ସବୁ ସର୍ତ୍ତ ରଖାଯାଇଥିଲା ତାହା ଶିକ୍ଷକ ଓ ଅଧ୍ୟାପକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।

ହାଇକୋର୍ଟର ବିଚାରପତି ଜଷ୍ଟିସ ଏ.କେ.ରଥ ମାମଲାର ବିଚାର କରି ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି। କୋର୍ଟଙ୍କ ରାୟ ସରକାରଙ୍କୁ ଝଟକା ହୋଇଛି। ୨୦୧୭ ଅକ୍ଟୋବର ୨୨ରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା।

You might also like