• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲ ମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ।  ଏହି ମାମଲାର ଶୁାଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।

ଅନଲାଇନ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ଅଧାରୁ ସ୍କୁଲ ବନ୍ଦ କରାଗଲାଣି। ଜୁନ୍‌ ୧୭ ତାରିଖରେ ସ୍କୁଲ ଖୋଲିବ ବୋଲି କୁହାଯାଇଛି। ତେବେ କରୋନା ସ୍ଥିତିରେ ସୁଧାର ନ ଆସିଲେ ସ୍କୁଲ ଖୋଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏପରି ପରିସ୍ଥିତିରେ ସ୍କୁଲ ମାନଙ୍କରେ ଅନ୍‌ଲାଇନ କ୍ଲାସ ଚାଲିଛି।

ଲକ୍ ଡାଉନ୍ ପରିସ୍ଥିତିରେ ୪ ମାସ ପାଇଁ ସ୍କୁଲ୍ ଫି ଓ କେତେକ ସ୍କୁଲରେ ନିଆଯାଉଥିବା ଆନୁସଙ୍ଗିକ ଫି ଛାଡ କରିବାକୁ ଆବେଦନ ହୋଇଥିଲା । ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ଆଗତ ଏହି ମାମଲାରେ ବୃଦ୍ଧି କରାଯାଇଥିବା ଟିଉସନ୍ ଫି ପ୍ରତ୍ୟାହର କରିବା ପାଇଁ ଆବେଦନରେ ଉଲେଖ ରହିଥିଲା।  ଆସନ୍ତା ୨୬ ତାରିଖରେ ମାମଲା ର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । 

Highcourt-notice-to-private-schools-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories