• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ବିଜୟ ସଂକଳ୍ପ ଅଭିଯାନରେ ନିର୍ବାଚନ ପ୍ରଚାରର ବିଗୁଲ ଫୁଙ୍କିଛନ୍ତି ବିଜେପିର ହେଭିୱେଟ ନେତା। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ  କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ ଓ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଥିଲେ। କେନ୍ଦ୍ରର ଜନହିତକର ଯୋଜନା କଥା କହିବା ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଥିଲେ।

ଆଜି ଗୋଟିଏ ଦିନରେ ତିନୋଟି ସ୍ଥାନରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଜଗତସିଂହପୁର ଲୋକସଭା ଅଧୀନରେ ଯାଉଥିବା ବଳଙ୍ଗାରେ ବିଜେପି ପାଇଁ ପ୍ରଚାର କରିଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ। ସେହିପରି ଯାଜପୁର ମଧୁବନ ସମାବେଶରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂ। ବାଲେଶ୍ୱରର ରେମୁଣାରେ ପ୍ରଚାର ମଇଦାନକୁ ଓହ୍ଲାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

ମୋଦି ସରକାରଙ୍କ ୫ ବର୍ଷର ଉପଲବଧି ଲୋକଙ୍କ ଆଗରେ ରଖିବା ସହ ରାଜ୍ୟରେ ମହିଳାଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର, ବେରୋଜଗାର, ଦାଦନ, ଦୁର୍ନୀତି ଓ ଭ୍ରଷ୍ଟାଚାର କଥା ଉଠାଇ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ।

ସେପଟେ ଗତକାଲି ବିଳମ୍ବିତ ରାତିରେ ଦଳ ବିଜେପୁର ପାଇଁ ସନତ ଗରଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଇଦାନକୁ ଛାଡିଛି।

ଏହାସହ ଟିକେଟକୁ ନେଇ ଦଳରେ ଟେନସନ ବି ଲାଗି ରହିଛି। ଦଳର ରାଜ୍ୟ ଉପସଭାପତି ପଦ ପାଇଥିବା ସୁବାସ ଚୌହାନ ଆଜି ଦଳରୁ ଇସ୍ତଫା ଦେଇଛନ୍ତି।

ବରଗଡ ଲୋକସଭା ଆସନରୁ ଗତ ଥର ଲଢ଼ିଥିବା ସୁବାସଙ୍କୁ ଏଥର ଟିକେଟ ମିଳିନଥିଲା। ବିଜେପୁରରୁ ଦଳ ତାଙ୍କୁ ଲଢ଼ିବାକୁ କହିବାରୁ ଏହାକୁ ପ୍ରତ୍ୟାଖାନ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ। ତେବେ ଇସ୍ତଫା ଦେବା ପରେ ରାଜ୍ୟ ନେତୃତ୍ୱଙ୍କ ଉପରେ ବର୍ଷିବା ସହ କୋହ ସମ୍ବରଣ କରିନପାରି କାନ୍ଦି ପକାଇ ଥିଲେ ସୁବାସ।

ତେବେ ଦଳ ସୁବାସଙ୍କୁ ସ୍ୱାର୍ଥପର କହି ଦୂରେଇ ଦେଇଛି।

ଅନ୍ୟପକ୍ଷରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ନରେନ୍ଦ୍ର ନାୟକଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ଆଶାୟୀଙ୍କ ସମର୍ଥକ ରାଜ୍ୟ କାର୍ଯ୍ୟାଳୟ ଆଗାରେ ସ୍ଲୋଗାନ ଦେଇଥିଲେ। ଦିଲ୍ଲୀ ପାର୍ଟି ଅଫିସ ଆଗରେ ରାଜନଗରରେ ଅଲେଖ ଜେନାଙ୍କ ଟିକେଟକୁ ବିରୋଧ କରି ତାଙ୍କ ପ୍ରତିପକ୍ଷ ଆଶାୟୀ  ପ୍ରତିବାଦ କରିଥିଲେ।

ଗୋଟିଏ ପଟେ ଅସନ୍ତୋଷ ବଢ଼ୁଥିବା ବେଳେ ଅନ୍ୟପଟେ ଦଳ ବଳ ଗୋଟାଇବାରେ ବ୍ୟସ୍ତ ରହିଛି। ଆଜି ଏକ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ଆଠମଲ୍ଲିକ ରାଜା ପରେଶ କୁମାର ଦେଓ।

High-voltage-campaign-started-by-bjp-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories