• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାର ଲାଭ ପହଞ୍ଚାଇବ ଡିଜିଟାଲ ଇଣ୍ଡିଆ। ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବ ଏଇ ଡିଜିଟାଲ ଇଣ୍ଡିଆ। ରାଜ୍ୟର ୧୮ ମାଓ ପ୍ରବଣ ଅଞ୍ଚଳରେ ୪୮୩ ମୋବାଇଲ୍ ଟାୱାର ହେବ। ୧୬ଟି ଜିଲ୍ଲାର ୩୨୯୧ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡରେ ହାଇସ୍ପିଟ ଡାଟା ମିଳିବ। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସୂଚନା ଦେଇଛନ୍ତି ଯେ ରାଜ୍ୟର ୧୮ଟି ନକ୍ସଲ ପ୍ରବଣ ଅଞ୍ଚଳରେ ୨ଜି ଓ ୪ଜି ସେବା ପହଞ୍ଚାଇବା ପାଇଁ ୪୮୩ ମୋବାଇଲ ଟାଓ୍ୱାର ନିର୍ମାଣ କରାଯାଉଛି। ଏହା ଦ୍ୱାରା ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହନ ମିଳିବା ସହିତ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବ। ଓଡ଼ିଶାରେ ୬୫୦ରୁ ଊର୍ଦ୍ଧ୍ୱ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ ବ୍ୟାଙ୍କ କେବଳ ଦୁର୍ଗମ ଅଞ୍ଚଳରେ ରହିଛି। ସେହି ଅଞ୍ଚଳର ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ସୁଧୁରିବା ପହଞ୍ଚାଇବା ସହିତ ସାମାଜିକ ଓ ଅର୍ଥନୈତିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିବାରେ ଡିଜିଟାଲ୍‌ ଇଣ୍ଡିଆ ସହାୟକ ହୋଇଛି।”

ସେ ଆହୁରି କହିଛନ୍ତି-“ମହାମାରୀ କରୋନା ସମୟରେ ଡିଜିଟାଲ ଟେକ୍ନୋଲୋଜି ଆମ ଜୀବନ ସହ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ି ହୋଇପାରିଛି। ନିକଟରେ ଜାତୀୟ ଡିଜିଟାଲ୍‌ ସ୍ୱାସ୍ଥ୍ୟ ମିଶନରେ ଘୋଷଣା ହୋଇଥିବା ଆରୋଗ୍ୟ ସେତୁ ଡିଜିଟାଲ୍‌ ଇଣ୍ଡିଆରେ କେବଳ କରୋନା ମୁକବିଲା କରିବାରେ ସକ୍ଷମ ହୋଇନାହିଁ, ବରଂ ଅନେକ ଲକ୍ଷ୍ୟକୁ ମଧ୍ୟ ପୂରଣ କରିପାରିଛି।

ଡିଜିଟାଲ୍‌ ଇଣ୍ଡିଆ ପଦକ୍ଷେପ ପାରଦର୍ଶୀ ଶାସନର ଯୁଗ ଆରମ୍ଭ କରିବା ସହ ସରକାରଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତରଦାୟୀ କରିଛି। ଏହାସହ ୧୩୦ କୋଟି ଭାରତୀୟଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରିଛି। ମହାମାରୀ ସମୟରେ ଦେଶର ଅନେକ ଗରିବ ଲୋକଙ୍କୁ ସିଧାସଳଖ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ଏବଂ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ @narendramodi ଜୀଙ୍କ ଡିଜିଟାଲ୍‌ ଇଣ୍ଡିଆ ଲୋକଙ୍କ ଜୀବନଶୈଳିକୁ ସୁବିଧା ଯୋଗାଇବା ସହ ଜନସେବା ବିତରଣ କାମକୁ ମଧ୍ୟ ତ୍ୱରାନ୍ୱିତ କରିଛି। ଏହାସହ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଦୁର୍ନୀତିକୁ ରୋକିବା ଓ ବିଶେଷତଃ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପ୍ରଦାନ କରିବା ଭଳି ଅନେକ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ଭାରତ ନିର୍ମାଣ କରିବା ଦିଗରେ ଅଗ୍ରସର ହେଉଛି।”

High-speed-data-on-broadband-to-be-available-in-16-districts
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories