ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ଅଟକ
ଥାନାରେ ସୁରେଶ
ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଅଟକ ରଖାଯାଇଛି। ସୁରେଶଙ୍କୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ସୁରେଶ ଭୁବନେଶ୍ୱର ପଳାସପଲ୍ଲୀ ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଅଛନ୍ତି ।
କିଛିଦିନ ପୂର୍ବରୁ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଠାବ ହେବା କଥା ସାମ୍ନାକୁ ଆସିଥିଲା। ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ କରାଯିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା। ତେବେ ଏସବୁ କାରବାରର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଥିଲା ପୂରା କେଳେଙ୍କାରୀର ଗୁମର।
କେବଳ ଗରାଖ ନୁହେଁ, ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମିବାର ଆସିଥିଲା ସଙ୍ଗୀନ ଅଭିଯୋଗ। ଏହି ଖବର ଜଣାପଡ଼ିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଘଟଣାରେ ସମ୍ପୃକ୍ତ ଥିବା ସୁରେଶକୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି।