• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ। ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ। ଏମିତି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ପଳାଶପଲ୍ଲୀରେ ଥିବା ନିଖିଳ ଓଡ଼ିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ। ଏସବୁ କାରବାରର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର। କେବଳ ଗରାଖ ନୁହେଁ, ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମେ ବୋଲି ଅଭିଯୋଗ ହୋଇଛି। ଏହି ବ୍ୟବସାୟର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ ସୁରେଶ କୁମାର ବେହେରା।

ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ୍ ଯାହାର ପର୍ଦ୍ଦାଫାଶ କରିଛନ୍ତି ସେହି ମହାସଂଘର କିଛି ଅନ୍ତେବାସୀ ଓ ଷ୍ଟାଫ୍। କେମିତି ହୁଏ ଡିଲ୍ ତାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆଣିଛନ୍ତି ଅଭିଯୋଗକାରୀ। ଦିନରେ ୨୫ ଶହ, ରାତି ପାଇଁ ୫ ହଜାର ଟଙ୍କାରେ ହୁଏ ଡିଲ୍। ବାହାରୁ ଯୁବତୀ ଆସନ୍ତି, ଆଉ ତାଙ୍କ ପାଇଁ ନାମୀଦାମୀ ଗ୍ରାହକ ଠିକ୍ କରନ୍ତି ସୁରେଶ ଚନ୍ଦ୍ର ବେହେରା।

ଏମିତିକି ତାଲିମ କେନ୍ଦ୍ର ତଦାରଖ କରିବାକୁ ଆସୁଥିବା କିଛି ସରକାରୀ ବାବୁ ମାନଙ୍କ ପାଇଁ ଏଠାରେ ଥିଲା ସ୍ୱତନ୍ତ୍ର ରୁମ୍ ସହ ସ୍ୱତନ୍ତ୍ର ବ୍ୟବସ୍ଥା। ବଡ କଥା ହେଲା କେବେ କେବେ ବାହାରୁ ଯୁବତୀ ନଆସି ପାରିଲେ, ସେଠାରେ ରହୁଥିବା ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ବାଧ୍ୟ କରାଯାଇ ବ୍ୟବହାର କରାଯାଉଥିବାର ସାଂଘାତିକ ଅଭିଯୋଗ ହୋଇଛି।

ଝିଅମାନଙ୍କୁ ଡ଼ାକି ଏଠି ବାବୁମାନେ ମଉଜମସ୍ତି କରନ୍ତି। ଏପରିକି ଏଠି ଯେଉଁ ଛାତ୍ରଛାତ୍ରୀମାନେ ଅଛନ୍ତି, ତାଙ୍କୁ ମଧ୍ୟ କାମରେ ଲଗେଇ ଦିଅନ୍ତି। ମୁଁ ବି ଏଠି କର୍ମଚାରୀ ଥିବାବେଳେ ମୋତେ ବି ଶାରିରୀକ ଅତ୍ୟାଚାର କରିଛନ୍ତି।
-ଅଭିଯୋଗକାରିଣୀ, ପୂର୍ବତନ କର୍ମଚାରୀ,ଭିନ୍ନକ୍ଷମ ତାଲିମ କେନ୍ଦ୍ର
ପିଲାମାନେ ଏଠି ତାଲିମ୍‌ ପାଠ ଶିଖିବାକୁ ଆସିଛନ୍ତି। ହେଲେ ଶିଖିବା ବାହାନାରେ ଅନେକ ଅନୈତିକ କାମରେ ବ୍ୟବହାର କରାଯାଏ।  ଏନେଇ ମୁ ପ୍ରଶ୍ନ କଲେ ସେମାନେ କୁହନ୍ତି ଯେ ପିଲାଙ୍କୁ ହଜାରେ ଟଙ୍କା ଦେଇଦେଲେ ସେମାନେ ଖୁସି ହୋଇଯାଉଛନ୍ତି। ଆମ ଅଫିସର୍ ସେକଥା ବୁଝିବେ। 
-ଅଭିଯୋଗକାରିଣୀ, ପୂର୍ବତନ କର୍ମଚାରୀ,ଭିନ୍ନକ୍ଷମ ତାଲିମ କେନ୍ଦ୍ର

ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଏଭଳି ଅନୈତିକ କାଣ୍ଡ ନେଇ ଡିସେମ୍ବର ମାସରୁ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ବି ଚାପରେ ପଡ଼ି ତଦନ୍ତ ଆଗକୁ ବଢ଼ିନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଆଜି ଘଟଣାସ୍ଥଳ ଗସ୍ତ କରିବା ସହ, ଭିଡିଓର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା।

https://youtu.be/s-LeFegcwTM

ଏନେଇ ଖବର ପାଇବା ପରେ ଆମେ ତଦନ୍ତ ଆରମ୍ଭ କରିବୁ। ଆସନ୍ତାକାଲି ଘଟଣାସ୍ଥଳକୁ ପରିଦର୍ଶନ କରି ଆମେ ପିଲାମାନଙ୍କ ସହ କଥା ହେବୁ। ଗଣମାଧ୍ୟମ ତଥ୍ୟକୁ ଭିତ୍ତି କରି ଆମେ ଆଗେଇବୁ। ଯିଏ ବି ଦୋଷ କରିଥିବ, ତାକୁ ଶାସ୍ତି ଦିଆଯିବ। 
-ସୁଲୋଚନା ଦାସ, ଅଧ୍ୟକ୍ଷା, ଭିନ୍ନକ୍ଷମ କମିଶନ

https://twitter.com/otvkhabar/status/1353362194197590017?s=20

ତେବେ ଘଟଣା ସାମ୍ନାକୁ ଆସିବା ପରଠୁ ସାଧାରଣ ସଂପାଦକ ସୁରେଶ ଚନ୍ଦ୍ର ବେହେରାଙ୍କ ପତ୍ତା ମିଳୁ ନଥିବା କୁହାଯାଉଛି। ହେଲେ ତାଲିମକେନ୍ଦ୍ରର ଅନ୍ୟ ଜଣେ ଶିକ୍ଷକ ଯୌନ କେଳେଙ୍କାରୀ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।

ଭୁବନେଶ୍ୱରରୁ ଅତୁଲ୍ୟ ବାଉତ, ହରିହର ଚାନ୍ଦ ଓ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ
High-profile-sex-racket-in-bhubaneswar-expose
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories