ହାଇ ପରଫରମାନ୍ସ କ୍ରୀଡ଼ା ଏକାଡେମୀ ଉଦ୍‌ଘାଟିତ

  ଖେଳାଳି ଚିହ୍ନଟ ପରେ ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୪ଟି କ୍ରୀଡ଼ା ହାଇ ପରଫରମାନ୍ସ ଏକାଡେମୀର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଏକାଡେମୀର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ, ବ୍ୟାଡମିଣ୍ଟନ କୋଚ୍ ପି.ଗୋପିଚାନ୍ଦ ଉପସ୍ଥିତ ରହିଥିଲେ।

ଏହି ୪ଟି ଏକାଡେମୀରେ ଭାରଉତ୍ତୋଳନ, ବ୍ୟାଡମିଣ୍ଟନ, ଫୁଟବଲ୍ ଏବଂ ସ୍ପୋଟର୍ସ ମ୍ୟାନେଜମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନଠାରୁ ଏହି ସବୁ ଏକାଡେମୀ ପାଇଁ ଖେଳାଳି ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯିବ। ଏକାଡେମୀ ଉଦ୍‌ଘାଟନ ସହ ପାରା ଆଥଲେଟ୍‌ ପ୍ରମୋଦ ଭଗତ, ଜୟନ୍ତି ବେହେରା, ସୌନ୍ଦର୍ଯ୍ୟ ପ୍ରଧାନ ଓ ପ୍ରାଚୁର୍ଯ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

You might also like