ବିଧାନସଭା ସାମ୍ନାରେ ଯୁବକଙ୍କ ହାଇଡ୍ରାମା: ପୁଅର ସ୍ୱାସ୍ଥ୍ୟକୁ ନେଇ ଏମିତି କହିଲେ ବାପା

ଭୁବନେଶ୍ୱର: ଗତକାଲି ବିଧାନସଭା ସମ୍ମୁଖରେ ଉନ୍ମତ୍ତକାଣ୍ଡ ଭିଆଇଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଥିଲା ? ସେ ମାନସିକ ଭାରସାମ୍ୟ ହରାଇଥିଲେ କି ? ନା ଏହା ପଛରେ ରହିଛି ଆଉ କିଛି କାରଣ ? ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯୁବକଙ୍କ ବାପା। ‌

ପୁଅ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଘର ଭଡ଼ା ନେଇ ରହୁଥିଲେ। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମା’ଙ୍କୁ ଭୁବନେଶ୍ୱର ଡାକିଥିଲେ। ପୁଅ କାହିଁକି ଏପରି କଲା, ତାହା ଜାଣି ନ ଥିବା ଜିତେନ୍ଦ୍ର ପାଲ୍‌ଙ୍କ ବାପା ରମେଶ ପାଲ୍‌ କହିଛନ୍ତି। ଜିତେନ୍ଦ୍ର ମାନସିକ ଭାରସାମ୍ୟ ହରାଇଥିବା କଥାକୁ ବି ସେ ଜାଣିନଥିବା ତାଙ୍କ ବାପା କହିଛନ୍ତି।

୨୦୧୪ରେ ଏକ ହତ୍ୟା ମାମଲାରେ ରମେଶ ଓ ତାଙ୍କ ସ୍ତ୍ରୀ ସଜ୍ଜା କାଟି ସାରିଛନ୍ତି। ଏହି ମାମଲାରେ ପୁଅ ଜିତେନ୍ଦ୍ରଙ୍କ ନାଁ ବି ରହିଛି। ଏଠି ପ୍ରଶ୍ନ ଉଠୁଛି ଜିତେନ୍ଦ୍ର ଏସବୁ ଯୋଜନାବଦ୍ଧ ଭାବେ କରିଥିଲେ ନା ସତରେ ତାଙ୍କର ମାନସିକ ସମସ୍ୟା ଅଛି। ଗତକାଲିର ଘଟଣା ପରେ ତାଙ୍କୁ SCB ମାନସିକ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି।

ସୂଚନାଥାଉ କି, କୋଭିଡ କଟକଣା ଭିତରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିଧାନସଭା ସାମ୍ନାରେ ଗତକାଲି ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା। ବିଧାନସଭା ସାମ୍ନା ପିଏମ୍‌ଜି ଛକରେ ଜଣେ ଯୁବକ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଧମକ ଦେଇଥିଲେ। ଏହି ଘଟଣା ପରେ ପିଏମ୍‌ଜି ଛକରେ ହଇଚଇ ଖେଳି ଯାଇଥିଲା।

ଆହୁରି ପଢ଼ନ୍ତୁ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

You might also like