ବିଧାନସଭା ଆଗରେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର: ଆଜି ବିଧାନସଭା ଆଗରେ ହାଇଡ୍ରାମା ଦେଖିବାକୁ ମିଳିଛି। ବିଧାନସଭା ବାହାରେ ଜଣେ ଦମ୍ପତି ଦେହରେ ଡିଜେଲ୍ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଦମ୍ପତିଙ୍କ ଘର ନୟାଗଡରେ ବୋଲି ଜଣାପଡିଛି। ତେବେ ଡିଜେଲ୍ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ତାଙ୍କୁ କାବୁ କରିଥିଲା।
ତେବେ ଦମ୍ପତିଙ୍କର ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ମିଳୁନି। ତାଙ୍କ କଥା କେହି ଶୁଣୁନାହାନ୍ତି, ତାଙ୍କୁ ନ୍ୟାୟ ମିଳୁ ବୋଲି ଦମ୍ପତି ପ୍ରତିକ୍ରିୟା ଦେଇଛନ୍ତି।