• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • କନେଷ୍ଟବଳ ଦମ୍ପତ୍ତିଙ୍କ ହାଇଡ୍ରାମା
  • ପରକୀୟା ପ୍ରୀତି ଅଭିଯୋଗ ଆଣି ସ୍ୱାମୀଙ୍କ କାର୍ ଓ ସ୍କୁଟି ଭାଙ୍ଗିଲେ
  • ସ୍ୱାମୀଙ୍କ ହାତ କାମୁଡ଼ି ଦେଇଥିବା ଅଭିଯୋଗ
  • ଭୁବନେଶ୍ୱର ଏୟାରଫିଲ୍ଡ ଥାନାକୁ ଯାଇ ନ୍ୟାୟ ମାଗିଲେ ପତ୍ନୀ
  • ବିବାହ ବିଚ୍ଛେଦ ଜିଦରେ ଅଟଳ ସ୍ୱାମୀ

ଭୁବନେଶ୍ୱର(ଆଲୋକ ମହାନ୍ତି): ରାଜଧାନୀରେ ପୋଲିସ୍ କପଲଙ୍କ ହାଇଡ୍ରାମା। ପରକୀୟା ପ୍ରୀତି ଅଭିଯୋଗ ଆଣି ସ୍ୱାମୀଙ୍କ କାରର କାଚ ଭାଙ୍ଗିବା ସହିତ ପତ୍ନୀ ଜଣକ ହାତ କାମୁଡ଼ି ଥିବା ଅଭିଯୋଗ ବି ହୋଇଛି। ଏନେଇ ଏୟାର ଫିଲ୍ଡ ଥାନାରେ ପରସ୍ପର ବିରୋଧରେ ଏତଲା ବି ଦେଇଛନ୍ତି। ସଂସାର ସଜାଡ଼ିବାକୁ ସ୍ତ୍ରୀର ଅନୁରୋଧ ଓ ବିବାହ ବିଚ୍ଛେଦ ପାଇଁ ସ୍ୱାମୀଙ୍କ ଜିଦ୍ ଭିତରେ ଆଜିର ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ବାହୁନି ବାହୁନି କାନ୍ଦି ଥାନା ଆଗରେ ନ୍ୟାୟ ମାଗିଲେ ମହିଳା। ସ୍ୱାମୀଙ୍କ ପରକୀୟା ପ୍ରୀତିରୁ ସଂସାର ଉଜୁଡ଼ି ଯାଉଥିବା ଦେଖି କାକୁତି ମିନତି ହେଉଛନ୍ତି ଭଗବତୀ। ଆଜି ରାଜଧାନୀରେ ଦେଖିବାକୁ ମିଳିଥିଲା ପୋଲିସ କପଲଙ୍କ ହାଇଡ୍ରାମା।  ଅମରେଶ ସାହୁ କେନ୍ଦ୍ରାପଡ଼ା ଆଳି ଥାନାରେ କନେଷ୍ଟବଳ ଅଛନ୍ତି। ଆଉ ସ୍ତ୍ରୀ ଭଗବତୀ ନାୟକ ରାଜଧାନୀର ବଡ଼ଗଡ଼ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଛନ୍ତି। ୨୦୦୮ରେ ଉଭୟଙ୍କର ହୋଇଥିଲା ପ୍ରେମ ବିବାହ। ହେଲେ ବିବାହର ବର୍ଷେ ପରେ ପ୍ରେମରେ ଆସିଥିଲା ଭଟ୍ଟା।

ଭଗବତୀଙ୍କ ବିରୋଧରେ ପାରିବାରିକ ହିଂସା ଭଳି ଅନେକ ଅଭିଯୋଗ ଲଗାଇ ତାଙ୍କଠାରୁ ଅଲଗା ହୋଇ ରହିଥିଲେ ସ୍ୱାମୀ।  ଅମରେଶ ୨୦୧୭ରେ ସେ ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ୍ ମଧ୍ୟ ଫାଇଲ୍ କରିଛନ୍ତି। ସ୍ୱାମୀଙ୍କ ପାଖରେ ତାଙ୍କର ଝିଅ ରହୁଥିବାରୁ ତାକୁ ଦେଖା କରିବାକୁ ଭୀମଟାଙ୍ଗୀ ସ୍ଥିତ ଘରକୁ ବେଳେ ବେଳେ ଆସନ୍ତି ଭଗବତୀ। ଆଜି ବି ଭଗବତୀ ଝିଅକୁ ଦେଖା କରିବାକୁ ଆସିଥିବା ବେଳେ ଅମରେଶଙ୍କ ଘରେ ଜଣେ ମହିଳାଙ୍କୁ ଦେଖିଥିଲେ। ଏହାପରେ ଘର ଭିତରୁ ରାସ୍ତା ଉପର ଯାଏଁ ଚାଲିଥିଲା ମହାଭାରତ।

ଅମରେଶଙ୍କ ମାଆ କହିଛନ୍ତି, ଘରେ ପୁଅର ଜଣେ ଚିହ୍ନା ମହିଳାଙ୍କ ସହ ସେ ଆଲୋଚନା କରୁଥିବା ବେଳେ ବୋହୂ ବାହାରୁ ଆସି ହଠାତ ମହିଳାଙ୍କୁ ଆକ୍ରମଣ କରିଥିଲା। ଏତିକି ବେଳେ ପୁଅ ଅମରେଶ ଆସି ଭଗବତୀଙ୍କ କବଳରୁ ସେହି ମହିଳାଙ୍କୁ ଉଦ୍ଧାର କରିବା ବେଳେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ ବୋହୂ। ଭଗବତୀଙ୍କ ଆକ୍ରମଣରେ ସଂପୃକ୍ତ ମହିଳା ଓ ଅମରେଶ ଆହତ ହୋଇଥିବା ସେ କହିଛନ୍ତି। ଘରୁ ବାହାରକୁ ଯିବା ବେଳେ ଭଗବତୀ, ଅମରେଶଙ୍କ କାର କାଚ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ସଂପୃକ୍ତ ମହିଳାଙ୍କ ସ୍କୁଟିକୁ ଠେଲି ଦେଇ ମିରରକୁ ଗୋଇଠା ମାରି ଭାଙ୍ଗି ଦେଇଥିଲେ ବୋଲି ଅମରେଶଙ୍କ ମାଆ କହିଛନ୍ତି। ତେବେ ଘଟଣା ପରେ ଉଭୟ ପକ୍ଷ ଏନେଇ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି।

High-drama-of-police-couple-in-bhubaneswar-otv-report
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories