• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: ୨୫ ବର୍ଷ ପରେ ପୋଲିସ କର୍ମଚାରୀଙ୍କୁ ମିଳିଲା ନ୍ୟାୟ। ଚାକିରୀରୁ ବହିଷ୍କୃତ ହୋଇଥିବା ପୋଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ। ତେବେ ନୋ ଓ୍ୱାର୍କ ନୋ ପେ ନୀତିରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଦୋଳମଣି ବିଶି ସମସ୍ତ ଚୟନ ପକ୍ରିୟାରେ ଉତ୍ତିର୍ଣ୍ଣ ହୋଇ ବଲାଙ୍ଗିର ଜିଲ୍ଲାର ରାଇଟର କନଷ୍ଟେବଳ ଭାବେ ୧୯୯୩ ମସିହା ଫେବୃୟାରୀ ୧ ତାରିଖରେ ଯୋଗ ଦେଇଥିଲେ। ଏହାପରେ ଦୋଳମଣିଙ୍କୁ ୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ସୁନ୍ଦରଗଡ଼ ସ୍ଥିତ ହାତିବାଡ଼ି ଟ୍ରେନିଂ ସ୍କୁଲକୁ ତାଲିମ ପାଇଁ ପଠାଯାଇଥିଲା।

ଏହି ତାଲିମ ଚାଲିଥିବା ସମୟରେ ପୁନଃର୍ବାର ଉଚ୍ଚତା ମପା ଯିବାରୁ ତାଙ୍କର ଆବଶ୍ୟକୀୟ ଉଚ୍ଚତାଠାରୁ ୧ ସେଣ୍ଟିମିଟର କମ୍ ଥିବା ଦର୍ଶାଇ ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ପଠାଇ ଦିଆଯାଇଥିଲା। ଉଚ୍ଚତା କମଥିବା ଦର୍ଶାଇ ୧୯୯୫ ମସିହା ମେ ୩୧ ତାରିଖ ଦିନ ଦୋଳମଣିଙ୍କୁ ଚାକିରିରୁ ବାହାର କରାଯାଇଥିଲା।

ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତାଙ୍କର ବହିଷ୍କାର ନିର୍ଦ୍ଦେଶକୁ ଟ୍ରିବୁନାଲ ଠିକ ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

ଏହାପରେ ଦୋଳମଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଚାକିରିରେ ପୁନଃଅବସ୍ଥାପିତ ହେବାକୁ ଆବେଦନ କରିଥିଲେ। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଦୋଳମଣିଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରି ତାଙ୍କୁ ଚାକିରିରେ ଅବସ୍ଥାପିତ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ରାୟ ପରେ ଦୋଳମଣି ବିଶି କହିଛନ୍ତି ଯେ, କୋର୍ଟ ରାୟ ଶୁଣି ମୋତେ ବହୁତ ଖୁସି ଲାଗୁଛି। ଚାକିରି ପାଇଁ ମୁଁ ବହୁତ ପରିଶ୍ରମ କରିଥିଲି। ଆଜି କୋର୍ଟ ମୋତେ ନ୍ୟାୟ ଦେଇଛନ୍ତି।

High-court-resumed-job-of-dolamani-bisi-who-is-police-writer-constable
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories